କନକ ବ୍ୟୁରୋ: ବିଜେପି କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ । ସମ୍ବଲପୁର ଚିପିଲିମା ନିକଟରେ ଏକ କାରକୁ ତିନି ଥର ଧକ୍କା ଦେଲା ହାଇୱା । ହାଇୱା ଧକ୍କାରେ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ । ଏମାନେ ନାଉରୀ ନାୟକଙ୍କ ସହ ଭୁବନେଶ୍ବର ଆସିଥିଲେ। ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ କଟାପାଲି ନିକଟରେ ୩ ଥର ଧକ୍କା ଦେଇଛି ହାଇୱା । ପୋଲିସ ଧକ୍କା ଦେଇଥିବା ହାଇୱାକୁ ଜବତ କରିଛି । କେହି ଜାଣିଶୁଣି ଧକ୍କା ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ବିଜେପି କର୍ମୀଙ୍କୁ ଗାଡି ଚଢାଇ ହତ୍ୟା ; ମୃତକ ବିଧାୟକ ନାଉରୀ ନାଏକଙ୍କ ଘନିଷ୍ଠ
ସମ୍ବଲପୁର ଚିପିଲିମାରେ ବିଜେପି କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ । କାରକୁ ପଛପଟୁ ତିନି ଥର ଧକ୍କା ଦେଲା ହାଇୱା । ପୂର୍ବତନ ବିଧାୟକ ନାଉରୀ ନାଏକଙ୍କ ୨ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ। ଅନ୍ୟ ୨ ଗୁରୁତର ମେଡିଲାରେ ଭର୍ତ୍ତି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)