kerala bjp Photograph: (kanak news)
କନକ ବ୍ୟୁରୋ: କେରଳ ପୌର ନିର୍ବାଚନରେ ତିରୁବନନ୍ତପୁରମରେ ସର୍ବାଧିକ ଆସନ ଜିତିଥିବା ବିଜେପି ଶେଷରେ ମେୟର ନିର୍ବାଚନରେ ବିଜୟୀ ହୋଇଛି। ତିରୁବନନ୍ତପୁରମରେ ବିଜେପିରୁ ବିବି ରାଜେଶ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଜାଣିରଖିବା ଉଚିତ ଯେ, ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆର. ଶ୍ରୀଲେଖାଙ୍କୁ ମେୟର ପଦ ପାଇଁ ଏକ ଦୃଢ଼ ଦାବିଦାର ଭାବରେ ବିବେଚନା କରାଯାଉଥିଲା। ହେଲେ ଶେଷରେ କିନ୍ତୁ ବିବି ରାଜେଶ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।
ତେବେ କେରଳ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏହି ବିଜୟ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିବି ରାଜେଶଙ୍କ ସହିତ, ବିଜେପି ପ୍ରଥମ ଥର ପାଇଁ ତିରୁବନନ୍ତପୁରମ ନଗର ନିଗମ ନିର୍ବାଚନ ଜିତିଛି । ଏଠାରେ ୪୫ ବର୍ଷ ଧରି ବାମପନ୍ଥୀଙ୍କ ଶାସନ ଥିଲା, ହେଲେ ଏବେ ସେଠାରେ ବିଜେପିର ଶାସନ ଆରମ୍ଭ ହୋଇଛି ।
ଜାଣିରଖିବା ଉଚିତ୍ ଯେ, ଭି ଭି ରାଜେଶଙ୍କୁ ୫୦ ଜଣ ବିଜେପି କାଉନସିଲର ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ମିଳିଥିଲା। ୧୦୧ ଆସନ ବିଶିଷ୍ଟ ତିରୁବନନ୍ତପୁରମ ନଗର ନିଗମ ପାଇଁ ହୋଇଥିବା ମେୟର ନିର୍ବାଚନରେ, LDF ପ୍ରାର୍ଥୀ ଆରପି ଶିବାଜୀ ୨୯ ଭୋଟ ପାଇଥିଲେ, ଯେତେବେଳେ ବି UDF ପ୍ରାର୍ଥୀ ମାତ୍ର ୧୭ ଭୋଟ ପାଇଥିଲେ। ଏହି ବିଜୟ ପରେ, ନୂଆ ମେୟର ଭାବେ ନିର୍ବାଚିତ ହୋଇଥିବା ରାଜେଶ କହିଛନ୍ତି, ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ଏକାଠି ଆଗକୁ ବଢ଼ିବୁ। ସମସ୍ତ ୧୦୧ ୱାର୍ଡରେ ବିକାଶ କାର୍ଯ୍ୟ ଆଗକୁ ବଢ଼ାଯିବ। ଆମେ ତିରୁବନନ୍ତପୁରମକୁ ଦେଶର ସବୁଠାରୁ ବିକଶିତ ସହରରେ ପରିଣତ କରିବୁ।"
ଆହୁରି ପଢ଼ନ୍ତୁ : ଜେଲର୍ ୨ରେ ନଜର ଆସିବେ ଶାହରୁଖ୍ !
ଥିରୁବନନ୍ତପୁରମର ମେୟର ବିବି ରାଜେଶ କିଏ?
ତିରୁବନନ୍ତପୁରମ ମେୟର ପଦବୀ ପାଇଁ ଆର. ଶ୍ରୀଲେଖାଙ୍କୁ ପ୍ରମୁଖ ଦାବିଦାର ବୋଲି ବିବେଚନା କରାଯାଉଥିଲା। ତଥାପି ବ୍ୟାପକ ଆଲୋଚନା ପରେ, ବିଜେପିର ନେତୃତ୍ୱ ରାଜେଶଙ୍କ ନାମକୁ ଅନୁମୋଦନ କରିଥିଲେ। ରାଜେଶ ଦୁଇଥର କାଉନସିଲର, କେରଳ ବିଜେପି ସମ୍ପାଦକ, ପୂର୍ବତନ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ସଭାପତି ଏବଂ ତିରୁବନନ୍ତପୁରମ ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଛନ୍ତି।
Follow Us