କନକ ବ୍ୟୁରୋ :  ମଣିପୁର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ହେବେ ୟୁମନାମ୍ ଖେମଚାନ୍ଦ ସିଂ । ବର୍ଷେ ଧରି ଖାଲି ପଡ଼ିଥିବା ପଦବୀରେ ବସିବେ ବିଜେପି ନେତା। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଖେମଚାନ୍ଦ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ୟୁମନାମ, ବିଧାୟକ ଦଳ ନେତା ହୋଇଛନ୍ତି। ଗତ ପ୍ରାୟ ଏକ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ଖାଲି ପଡ଼ିଥିବା ବେଳେ ଏହି ନିଷ୍ପତ୍ତି ରାଜ୍ୟର ପ୍ରଶାସନିକ ଏବଂ ରାଜନୈତିକ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତବର୍ଷ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୪ଦିନ ପରେ ଫେବ୍ରୁ୍ଆରି ୧୩ତାରିଖରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । 

Advertisment

ଅଧିକ ପଢ଼ନ୍ତୁ : ମଣିପୁରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, କୁକି ସଂଗଠନର ଜଙ୍ଗଲ ଶିବିରକୁ ଧ୍ୱଂସ କଲେ ଯବାନ


ମଣିପୁରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ:

  • ୟୁମନାମ୍ ଖେମଚାନ୍ଦ ସିଂଙ୍କ ହାତକୁ ଯିବ ମଣିପୁର ଶାସନର ଡୋରି
  • ରାଜ୍ୟରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଦୀର୍ଘ ଦିନରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ ଚାଲିଥିବା ଅପେକ୍ଷାର ଅନ୍ତ
  • ଦଳର ହାଇକମାଣ୍ଡ ଖେମଚାନ୍ଦଙ୍କ ଅଭିଜ୍ଞତା ଏବଂ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି
  • ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ବିକାଶ କାର୍ଯ୍ୟକୁ  ତ୍ୱରାନ୍ୱିତ କରିବା ସବୁଠାରୁ ବଡ଼ ପ୍ରାଥମିକତା ହେବ
  • ୟୁମନାମ୍ ଖେମଚାନ୍ଦ ପୂର୍ବରୁ ବିଧାନସଭା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛନ୍ତି
  • ତେଣୁ ତାଙ୍କର ଶାସନ ଶୈଳୀ ଉପରେ ସମସ୍ତଙ୍କ ନଜର ରହିଛି