ମହାରାଷ୍ଟ୍ରରେ ୫୦ ପ୍ରତିଶତ ଆସନରେ ବିଜେପି ବିଜୟୀ, ୨୯ ପୌର ନିଗମରେ ମୋଟ୍‌ ୨୮୬୯ ଆସନରୁ ବିଜେପି ୧୪୨୫ ଆସନରେ ବିଜୟୀ

Advertisment

ମହାରାଷ୍ଟ୍ରରେ ୨୯ ପୌର ନିଗମରେ ପାଖାପାଖି ୫୦ ପ୍ରତିଶତ ଆସନରେ ବିଜେପି ବିଜୟୀ ହୋଇଛି । ରାଜ୍ୟର ସହରାଞ୍ଚଳ ଗୁଡ଼ିକରେ ବିଜେପିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ

ମହାରାଷ୍ଟ୍ରରେ ୨୯ ପୌର ନିଗମରେ ପାଖାପାଖି ୫୦ ପ୍ରତିଶତ ଆସନରେ ବିଜେପି ବିଜୟୀ ହୋଇଛି । ରାଜ୍ୟର ସହରାଞ୍ଚଳ ଗୁଡ଼ିକରେ ବିଜେପିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ

bjp

bjp Photograph: (Google)

କନକ ବ୍ୟୁରୋ;  ମହାରାଷ୍ଟ୍ରରେ ୨୯ ପୌର ନିଗମରେ ପାଖାପାଖି ୫୦ ପ୍ରତିଶତ ଆସନରେ ବିଜେପି ବିଜୟୀ ହୋଇଛି । ରାଜ୍ୟର ସହରାଞ୍ଚଳ ଗୁଡ଼ିକରେ ବିଜେପିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । ୨୯ ପୌର ନିଗମରେ ମୋଟ୍‌ ୨୮୬୯ ଆସନରୁ ବିଜେପି ୧୪୨୫ ଆସନରେ ବିଜୟୀ ହୋଇଛି ।

ଗୋଟିଏ ପରିବାର, ତିନୋଟି ଦଳ: ମହାରାଷ୍ଟ୍ର ପୌର ନିର୍ବାଚନରେ ବିରଳ ତିନିଟି ବିଜୟ

ଏହା ହେଉଛି ମୋଟ୍‌ ଆସନର ପାଖାପାଖି ୪୯.୬୬ ପ୍ରତିଶତ। ଅନ୍ୟପକ୍ଷେ ବିଜେପିର ମହାୟୁତି ମେଣ୍ଟ ସହଯୋଗୀ ତଥା ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ରାଜ୍ୟରେ ୩୯୯ ଆସନରେ ବିଜୟୀ ହୋଇଛି ଏବଂ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି ୧୬୭ ଆସନରେ ଜିତିଛି । ବିରୋଧୀ ଦଳ ମଧ୍ୟରେ ମହା ବିକାଶ ଅଘାଡ଼ିରେ କଂଗ୍ରେସ ୩୨୪ ଆସନରେ ଜିତି ଶୀର୍ଷରେ ରହିଛି । ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ୧୫୫ ଆସନ ଏବଂ ଶରଦ ପାୱାରଙ୍କ ନେତୃତ୍ବାଧୀନ ଏସ୍‌ପି ୩୬ ଆସନରେ ଜିତିଛି। ରାଜ୍‌ ଠାକରେଙ୍କ ନେତୃତ୍ବାଧୀନ ଏମଏନଏସ ୧୩ ଆସନ ଏବଂ ବିଏସ୍‌ପି ୬ ଆସନରେ ଜିତିଛି। ୧୯ ଜଣ ପ୍ରାର୍ଥୀ ସ୍ବାଧୀନ ଭାବେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe