କନକ ବ୍ୟୁରୋ: ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କରିଛି। କ୍ଷମତାରେ ରହିଥିବାରୁ ଅଧିକରୁ ଅଧିକ ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ। କିନ୍ତୁ ଏହି ଅଭିଯାନ ଆଳରେ ବିଜେଡି ଶିବିରକୁ ଭାଙ୍ଗିବା ପାଇଁ ରଣନୀତି ହୋଇଛି ବୋଲି କୁହାଯାଉଛି। ଆଗାମୀ ଦିନରେ ପୌର ଓ ପଂଚାୟତ ନିର୍ବାଚନ ହେବ। ଏପରି ସ୍ଥିତିରେ ବିଜେଡି ଶିବିରକୁ ଦୁର୍ବଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଚର୍ଚ୍ଚା।

-ଜିଲ୍ଲା ଜଗିବେ ମନ୍ତ୍ରୀ, ବିଧାୟକ
-ସଦସ୍ୟତା ଅଭିଯାନ ସହ ବିଜେଡି ଗଡକୁ ଭାଙ୍ଗିବେ
-ପୌର, ପଂଚାୟତ ନିର୍ବାଚନ ପୂର୍ବରୁ ବିରୋଧୀ ନେତାଙ୍କୁ ଦଳକୁ ଅଣାଯିବ
-ଜଣେ ମନ୍ତ୍ରୀଙ୍କ ଅଧିନରେ ଏକାଧିକ ବିଧାୟକ ରହି ଅପରେସନ କରିବେ
-ଜିଲ୍ଲାପରିଷଦ ଓ ପୌର ପରିଷଦକୁ ଭାଙ୍ଗିବାକୁ ଖାସ ରଣନୀତି
-ବିଜେଡି-କଂଗ୍ରେସର ନେତାଙ୍କୁ ଦଳକୁ ଅଣାଯିବ
 

ବିଜେଡି-କଂଗ୍ରେସରୁ ଆସିବେ ସଦସ୍ୟ ! ବିଜେପିର ଟାର୍ଗେଟ ୧ କୋଟି

ଦେଶରେ ସଦସ୍ୟତା ସଂଗ୍ରହ ଆରମ୍ଭ କରିଛି ବିଜେପି । ରାଜ୍ୟରେ ଏହାକୁ ୧ କୋଟି କରିବ ଦଳ । 
୨୦୧୮-୨୦୧୯ରେ ସଦସ୍ୟ ଥିଲେ ୪୧ ଲକ୍ଷ ଏବେ ଟାର୍ଗେଟ ଆଉ ୫୯ ଲକ୍ଷ ।

ଅର୍ଥାତ ପୂର୍ବ ସଦସ୍ୟ ସହ ଆହୁରି ଅଧିକ ସଦସ୍ୟ ଯୋଡି  ସଙ୍ଗଠନକୁ ମଜଭୁତ କରିବାକୁ ଚାହୁଁଛି ବିଜେପି । ତେବେ ଏହି ସଦସ୍ୟ ବିଜେଡି ଓ କଂଗ୍ରେସରୁ ଆଣିବାକୁ ଯୋଜନା କରାଯାଉଛି । ପ୍ରତି ବୁଥରୁ  ୨ ଶହରୁ ୨୫୦ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି । ଏବେ ବିଜେପିର ନୂଆ ଅପରେଶନକୁ କାଂଉଟର କରିବାକୁ ବିଜେଡି, କଂଗ୍ରେସ କି ରଣନୀତି କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।