ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିବ ନୂଆ ମୁଖିଆ : ଆଲୋଚନାରେ ୧୦୦ ରୁ ଅଧିକ ନେତାଙ୍କ ନାଁ

ନୂଆ ମୁଖିଆ ଚୟନ ପାଇଁ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି । ଦଳର ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ୧୦୦ରୁ ଅଧିକ ନେତାଙ୍କ ନାଁ ଆଲୋଚନା କରାଯାଇଛି । କିଏ ହେବେ ନୂଆ ସଭାପତି ଖୁବଶୀଘ୍ର ନିଷ୍ପତ୍ତି ଆସିବ ବୋଲି ସୂଚନା ମିଳିଛି ।

BJP

BJP Photograph: (Google)

କନକ ବ୍ୟୁରୋ : ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିବ ନୂଆ ମୁଖିଆ । ନୂଆ ମୁଖିଆ ଚୟନ ପାଇଁ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି । ଦଳର ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ୧୦୦ରୁ ଅଧିକ ନେତାଙ୍କ ନାଁ ଆଲୋଚନା କରାଯାଇଛି । କିଏ ହେବେ ନୂଆ ସଭାପତି ଖୁବଶୀଘ୍ର ନିଷ୍ପତ୍ତି ଆସିବ ବୋଲି ସୂଚନା ମିଳିଛି । ନେତା ଚୟନ ଦଳର ପୂର୍ବତନ ସଭାପତି, କେନ୍ଦ୍ରମନ୍ତ୍ରୀ ଏବଂ ଆରଏସଏସ ସହ ଜଡ଼ିତ ଥିବା ନେତାମାନଙ୍କ ସହ ଆଲୋଚନା କରାଯାଇଛି । ନୂଆ ମୁଖ୍ୟଙ୍କ ନେତୃତ୍ବରେ ଦଳ ବିହାର ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି । ତେବେ ସେପ୍ଟେମ୍ବର ୯ ରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବିଜେପି ସଭାପତି ଚୟନରେ ବିଳମ୍ବ ହେଉଥିବା ଦଳୀୟ ସୁତ୍ରରୁ ସୂଚନା ମିଳିଛି । ଏହାଛଡ଼ା ଗୁଜରାଟ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ରାଜ୍ୟରେ ଦଳର ସଭାପତି ଚୟନ ହେବାର ଅଛି । ତେବେ ରାଷ୍ଟ୍ରୀୟ ସଭାପତି ଚୟନ ପୂର୍ବରୁ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯ ଟିରେ ସଭାପତି ଚୟନ ହେବ ବୋଲି ସୂଚନା ମିଳିଛି । ନିକଟରେ ଦଳର ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକଙ୍କ ସହ ଏ ସମ୍ପର୍କରେ ବୈଠକ ହୋଇଥିଲା । ୨୦୨୦ ଜାନୁଆରୀ ନଡ୍ଡା ଦଳର ମଙ୍ଗ ଧରିଥିଲେ । ଏହା ପରେ ତାଙ୍କର କାର୍ଯ୍ୟକାଳକୁ ଦୁଇ ଥର ବଢ଼ାଗଲାଣି । 

ବିଜେପିକୁ ମିଳିବ ନୂଆ ମୁଖିଆ
ବିହାର ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ
ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ୧୦୦ରୁ ଅଧିକ ନେତାଙ୍କୁ ନେଇ ଆଲୋଚନା
ଚୟନ ଦଳରେ ପୂର୍ବତନ ସଭାପତି, କେନ୍ଦ୍ରମନ୍ତ୍ରୀ ଏବଂ ଆରଏସଏସ ସହ ଜଡ଼ିତ ନେତା
ରାଷ୍ଟ୍ରୀୟ ସଭାପତି ଚୟନ ପୂର୍ବରୁ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯ ଟିରେ ସଭାପତି ଚୟନ
୨୦୨୦ ଜାନୁଆରୀରୁ ଜେପି ନଡ୍ଡା ଦଳର ମୁଖିଆ ଦାୟିତ୍ବରେ ଅଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe