ବିଜେପି ଟାର୍ଗେଟରେ ଝାଡଖଣ୍ଡ ନିର୍ବାଚନ :ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡ଼ଖଣ୍ଡରେ ମୋହନ ଷ୍ଟାର । ଝାଡ଼ଖଣ୍ଡ ନିର୍ବାଚନରେ ଘମାଘୋଟ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ଜନତା ପାର୍ଟିର ୪୦ ଜଣିଆ ଷ୍ଟାର ପ୍ରଚାରକ ରହିଛନ୍ତି ମୋହନ ମାଝୀ । ମୋହନ ମାଝୀଙ୍କୁ ତାଲିକାରେ ସାମିଲ କରିବା ପଛରେ ରହିଛି ଅନେକ କାରଣ । ଝାଡ଼ଖଣ୍ଡ ହେଉଛି ଆଦିବାସୀ ବହୁଳ ରାଜ୍ୟ। ତେଣୁ ଆଦିବାସୀ ଭୋଟକୁ ନିଜ କବଜା ନେବା ପାଇଁ ଆଦିବାସୀ ଚେହେରା ମୋହନ ସାଝିବେ ସାରଥୀ ।

ଅଦ୍ୟତନ ହୋଇଛି
jhadkhanda 1

କନକବ୍ୟୁରୋ :ଝାଡ଼ଖଣ୍ଡରେ ମୋହନ ଷ୍ଟାର। ଝାଡ଼ଖଣ୍ଡ ନିର୍ବାଚନରେ ଘମାଘୋଟ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ଜନତା ପାର୍ଟିର ୪୦ ଜଣିଆ ଷ୍ଟାର ପ୍ରଚାରକ ରହିଛନ୍ତି ମୋହନ ମାଝୀ ।

ମୋହନ ମାଝୀଙ୍କୁ ତାଲିକାରେ ସାମିଲ କରିବା ପଛରେ ରହିଛି ଅନେକ କାରଣ । ଝାଡ଼ଖଣ୍ଡ ହେଉଛି ଆଦିବାସୀ ବହୁଳ ରାଜ୍ୟ । ତେଣୁ ଆଦିବାସୀ ଭୋଟକୁ ନିଜ କବଜା ନେବା ପାଇଁ ଆଦିବାସୀ ଚେହେରା ମୋହନ ସାଝିବେ ସାରଥୀ । 

ଦୁଇ ସପ୍ତାହ ପୂର୍ବରୁ ଝାଡ଼ଖଣ୍ଡ ଯାଇ ବିଜେପି ପାଇଁ ପ୍ରଚାର କରିସାରିଛନ୍ତି । ବିଜେପି ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାର ତାଲିକା ଏକ ନମ୍ବରରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦ୍ବିତୀୟରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । 

ସେହିପରି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ନୀତୀନ ଗଡ଼କରୀ, ଶିବରାଜ ସିଂ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସାମିଲ ହୋଇଛନ୍ତି । ଆସନ୍ତା ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ରହିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe