କନକ ବ୍ୟୁରୋ :  ବର୍ଚ୍ଚା ବଢାଇଲା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ। ମନମୋହନ କହିଛନ୍ତି, ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡ଼ି ନେତା। ଖାଲି ହୋଇଯିବ ବିଜେଡ଼ି, ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବାକୁ ଅନେକ ଆବେଦନ ଆସୁଛି। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧିମାନେ କିଛି ଦିନ ତଳେ ବିଜେପିରେ ମିଶିଲେ । ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ। ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି ମନମୋହନ ସାମଲ । ସେ ଆହୁରି କହିଛନ୍ତି, ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ମନମୋହନଙ୍କ ଏପରି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ହଲଚଲ । ବିଜେପିରେ ମିଶିବେ କେଉଁ ନେତା?  ବିଜେଡିରୁ ଆଗକୁ କିଏ? ନିକଟରେ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦଳ ଛାଡିବା ପରେ ବିଜେଡି ଉପରେ ପ୍ରବଳ ବର୍ଷିଥିଲେ ଦୁଇ ନେତା । ଏବେ ଆଉ କେଉଁ ନେତା ଦଳ ଛାଡିବେ ତା ଉପରେ ରହିଛି ନଜର । 

Advertisment