କନକ ବ୍ୟୁରୋ : ଏଇ ମାସରେ ରାଜ୍ୟରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ବୋର୍ଡ ନିଗମ ବଣ୍ଟନ ବି ହୋଇପାରେ । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ତୋମାର କହିଛନ୍ତି, ଏଇ ମାସ ଅର୍ଥାତ୍ ସେପ୍ଟେମ୍ବରରେ ବହୁତ କିଛି ହେବାକୁ ଯାଉଛି । ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଗତ କିଛି ମାସ ହେବ ଚର୍ଚ୍ଚା ହେଉଛି । କିନ୍ତୁ ସମୟ ଗଡ଼ି ଚାଲିଛି । ସେହିଭଳି ବୋର୍ଡ, ନିଗମ ବଣ୍ଟନ ପ୍ରକ୍ରିୟା ମଧ୍ୟ ଅଟକି ରହିଛି । ଆଉ ଏହା ଭିତରେ ବିଜେପି ରାଜ୍ୟ ପ୍ରଭାରୀଙ୍କ ବୟାନ ଆସିଛି । ତେଣୁ ଖୁବଶୀଘ୍ର ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ବୋର୍ଡ ଓ ନିଗମ ବଣ୍ଟନ ବି ହୋଇପାରେ । ଏଥିସହ ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୋଦୀଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସନ୍ତି ଓଡ଼ିଶାକୁ କିଛି ନା କିଛି ଦେଇ ଯାଇଥା’ନ୍ତି । ଓଡ଼ିଶାକୁ ବର୍ଷେ ଭିତରେ ୭ ଥର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବିଜେପି ରାଜ୍ୟ ପ୍ରଭାରୀଙ୍କ ବଡ଼ ବୟାନ : କହିଲେ,ଏଇ ମାସରେ ରାଜ୍ୟରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ତୋମାର କହିଛନ୍ତି, ଏଇ ମାସ ଅର୍ଥାତ୍ ସେପ୍ଟେମ୍ବରରେ ବହୁତ କିଛି ହେବାକୁ ଯାଉଛି । ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଗତ କିଛି ମାସ ହେବ ଚର୍ଚ୍ଚା ହେଉଛି ।
/kanak/media/media_files/2025/09/13/minister-2025-09-13-15-57-34.jpg)