କନକ ବ୍ୟୁରୋ: ବିଜେପିର ଅଭିଯାନ ମିସନ ନୂଆପଡ଼ା । ସରକାରକୁ ଆସିବା ପରେ ପ୍ରଥମ ନିର୍ବାଚନ ହୋଇଥିବାରୁ ପୂରା ବଳ ଲଗାଇଛନ୍ତି ମୋହନଙ୍କ ଟିମ୍ । ନିଜେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି । ମଂଚ ଉପରେ ବିଜେଡିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲଙ୍କୁ ବିଜେପିରେ ମିଶାଇ ପୁଣି ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ମାରିଛନ୍ତି । କଟାକ୍ଷ କରି କହିଛନ୍ତି, ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ କଥା ରଖୁନଥିଲେ । କିନ୍ତୁ ବିଜେପି ସରକାର କଥା ଦେଇ କଥା ରଖିବ । ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ ।
ଜୟ ଢୋଲକିଆ ପଦ୍ମ ଧରିବା ପରେ ବିଜେଡିର ନେତାମାନେ ତାଙ୍କୁ ଯେଉଁଭଳି ଟାର୍ଗେଟ କରୁଛନ୍ତି ତାକୁ ମଧ୍ୟ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମଂଚ ଉପରେ ଢୋଲକିଆ ଭାବବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ତେବେ ଯିଏ ଯେତେ ଛାଡିଲେ ବି କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ପ୍ରମିଳା । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜାରି କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ଜୟଙ୍କ ପାଇଁ ପ୍ରଚାର କରିବେ ।
ନୂଆପଡ଼ାରେ ପ୍ରଚାର ବିଗୁଲ ଫୁଙ୍କିଲେ ମୋହନ ଖାଲି ହେଉଛି ବିଜେଡି ଘର, ଦଳ ଛାଡ଼ୁଛନ୍ତି ନେତା
ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା । ନାମାଙ୍କନ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲା ବିଜେପି ।
/kanak/media/media_files/2025/10/16/nuapada-2025-10-16-19-53-51.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)