ଜୟନାରାୟଣଙ୍କ ବିସ୍ଫୋରକ ବୟାନ ; କହିଲେ, ବିଜେପି ଚାହିଲେ ବିଜେଡି ଭାଙ୍ଗିବ

Advertisment

  ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ; କହିଲେ , ବିଜେଡିର ସ୍ଥିତି ଏବେ ତାସ୍ ପତ୍ତା ଭଳି ଅଛି । ବିଜେପି ହ୍ବିସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । 

  ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ; କହିଲେ , ବିଜେଡିର ସ୍ଥିତି ଏବେ ତାସ୍ ପତ୍ତା ଭଳି ଅଛି । ବିଜେପି ହ୍ବିସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । 

BJP, BJD

BJP, BJD Photograph: (KanakNews)

କନକ ବ୍ୟୁରୋ : ଖୋଦ୍ ବିଜେଡି ଦଳର ନେତାମାନେ ବିଜେଡିର ତଥାକଥିତ ନମ୍ବର ଦୁଇ ମୁଖିଆଙ୍କ ବିରୋଧରେ ସ୍ବର ଉଠାଇବା ପରେ ଏବେ ବିଜେପିର ବରିଷ୍ଠ ନେତା ତଥା ବିଜେପିର ବିଧାୟକ ଜୟନାରାୟଣ ମିଶ୍ର ଦେଇଛନ୍ତି ବିସ୍ଫୋରକ  ବୟାନ ।  କହିଛନ୍ତି , ବିଜେଡିର ଭିତିରି ମୁଖିଆ ବୋଲାଉଥିବା ବ୍ୟକ୍ତିଙ୍କ ବିରୋଧରେ ଯେତେ  ସ୍ବର ଉଠିବ ସେ ସେତେ ପଦାରେ ପଡିବେ । ଓଡିଶାର ଖଣି, ପାଣି, ସବୁ କିଛି ଲୁଟିନେଲେ । ସେ ବ୍ୟକ୍ତିଙ୍କୁ ଛଡାଯିବା ଉଚିତ ନୁହେଁ । ଏସବୁ ଜାଣି ମଧ୍ୟ ନବୀନ ବାବୁ ଚୁପ୍ । ତାଙ୍କରି ଲାଗି ଏତେ ସରି ବୁଡିଲା ପରେ ବି ତାଙ୍କ ବୁଦ୍ଧି ଉଦୟ ହେଉନି । ତାଙ୍କ ଭିତରେ କି ପ୍ରୀତି ମଧୁର ସମ୍ପର୍କ ଅଛି କିଏ କହିବ ? ତାଙ୍କ ଭିତରେ ସୂର୍ଯ୍ୟ , କଇଁର ସମ୍ପର୍କ । 
 

ଆହୁରି ମଧ୍ୟ କହିଛନ୍ତି, ବିଜେଡିରେ ଏତେ ନେତା ଅସନ୍ତୁଷ୍ଟ ଅଛନ୍ତି ତାହା କହିହେଉନି । ବିଜେପି ଖାଲି ଯାହା ବିଜେଡିକୁ ପାଣି ପବନ ଦେଇ ବଞ୍ଚାଇ ରଖିଛି । ଯେଉଁଦିନ ବିଜେପି ହ୍ବିସିଲ୍‌ ଫୁଙ୍କିବ ସେଦିନ ବିଜେଡି ଗୋଲ୍ ହୋଇଯିବ । ବିଜେଡିର ସ୍ଥିତି ଏବେ ତାସ୍ ପତ୍ତା ଭଳି । ବିଜେଡି ଲୋପ ପାଇବାକୁ ବେଶି ଦିନ ଲାଗିବନି । ବିଜେଡିର ସ୍ଥିତି ବିଜେପିର ଇଚ୍ଛାଧୀନ ବ୍ୟାପାର । ବିଜେଡି କେତେଦିନ ବଞ୍ଚି ରହିବ  ତାହା ବିଜେପି ଉପରେ ନିର୍ଭର କରୁଛି । ଯେଉଁ ଦିନ ବିଜେପିର ନେତୃତ୍ବ ଚାହିଁବେ , ହ୍ବିସିଲ୍ ଫୁଙ୍କିବେ ଆଉ ସେ ଦିନ ହିଁଽ ବିଜେଡି ଭାଙ୍ଗିଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe