କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଉପନିର୍ବାଚନରେ ବିଜୟୀ ହେବାକୁ କଳ ବଳ କୌଶଳ ସବୁ ଲଗାଇ ଦେଇଛନ୍ତି । କାରଣ ଏହି ଉପନିର୍ବାଚନ ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି । ଏହି କ୍ରମରେ ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନପତ୍ର ଦାଖଲ କରିବେ । ତାଙ୍କ ନାମାଙ୍କନ ରାଲିରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ଦଳୀର ସାଂସଦ ଓ ବିଧାୟକମାନେ ଯୋଗଦେବେ । ସେପଟେ ନିର୍ବାଚନ ପ୍ରଚାର ପାଇଁ ବିଜେପି ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ନେତା, ଅଭିନେତାଙ୍କ ସହ ଛତିଶଗଡର ୮ ଜଣ ବିଜେପି ନେତାଙ୍କ ନାମ ସାମିଲ କରାଯାଇଛି ।
ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ ବିଜେପି କେଉଁମାନଙ୍କୁ ସ୍ଥାନ ଦେଇଛି
- ମୋହନ ଚରଣ ମାଝୀ
- ମନମୋହନ ସାମଲ
- ଧର୍ମେନ୍ଦ୍ର ପ୍ରଧାନ
- ଅଶନ୍ୱୀ ବୈଷ୍ଣବ
- ଜୁଏଲ ଓରାମ
- ବିଷ୍ଣୁ ଦେଓ ସାଇ
- ସୁନିଲ ବଂଶଲ
- ବୈଜୟନ୍ତ ପଣ୍ଡା
- ବିଜୟପାଲ ସିଂ ତୋମାର
- ଲତା ଉସଣ୍ଡି
- କନକବର୍ଦ୍ଧନ ସିଂଦେଓ
- ପ୍ରଭାତୀ ପରିଡ଼ା
- ଅରୁଣ ସାଓ
- ସୁରେଶ ପୂଜାରୀ
- ପ୍ରତାପ ଚନ୍ଦ୍ର ଷଡଙ୍ଗୀ
- ସମ୍ବିତ ପାତ୍ର
- ଜୟନାରାୟଣ ମିଶ୍ର
- ବସନ୍ତ ପଣ୍ଡା
- ସମୀର ମହାନ୍ତି
- ବ୍ରିଜ୍ ମୋହନ ଅଗ୍ରୱାଲ
- ସଂଗୀତା କୁମାରୀ ସିଂଦେଓ
- ରବି ନାରାୟଣ ନାଇକ
- ନିତ୍ୟାନନ୍ଦ ଗଣ୍ଡ
- ମୁକେଶ ମହାଲିଙ୍ଗ
- ଗୁରୁ ଖୁସୱନ୍ତ ସାହେବ
- ପ୍ରଦୀପ ପୋରହିତ
- ସୁଜିତ କୁମାର
- ରୁପକୁମାର ଚୌଧୁରୀ
- ମାଳବିକା ଦେବୀ
- ପ୍ରଦୀପ୍ତ କୁମାର ନାଇକ
- ସିଦ୍ଧାନ୍ତ ମହାପାତ୍ର
- ଅନୁଭବ ମହାନ୍ତି
- ଆକାଶ ଦାସନାୟକ
- ମାନସ କୁମାର ମହାନ୍ତି
- ରଞ୍ଜନ କୁମାର ପଲେଇ
- ଅନୁଜ ଶର୍ମା
- ରୋହିତ ସାହୁ
- ଯୋଗେଶ୍ୱର ରାଜୁ ସିହ୍ନା
- ଲକ୍ଷ୍ମଣ ବାଗ
- ସନତ କୁମାର ଗରତିଆ