କନକ ବ୍ୟୁରୋ : ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଜୋରଦାର କ୍ୟାମ୍ପେନ ବି ଚାଲିଛି । ବିଭିନ୍ନ ଦଳ ଭିନ୍ନଭିନ୍ନ ପ୍ରତିଶ୍ରୁତି ବି ଦେଉଛନ୍ତି । ହେଲେ ବିଜେପି ଯେଉଁ ଘୋଷଣା କରିଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ମହିଳାଙ୍କ ଲାଗି ମାସିକ ୨୧ଶହ ଟଙ୍କା ଘୋଷଣା କରିବା ସହିତ ଗ୍ୟାସ ସିଲିଣ୍ଡରରେ ବି ବଡ଼ ସବସିଡି ଘୋଷଣା କରିଛି । ତାହା ପୁଣି ୫୦୦ ଟଙ୍କା । କେବଳ ଏତିକି ନୁହେଁ ବରଂ ହୋଲି ଓ ଦିୱାଲୀରେ ଗୋଟିଏ ଲେଖାଏଁ ମାଗଣା ସିଲିଣ୍ଡର ବି ଯୋଗାଇ ଦିଆଯିବା ନେଇ ସୂଚନା ରହିଛି । ଏମିତି ସ୍ଥିତିରେ ବିଜେପିର ବଡ଼ ବିଜୟ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ।
ଦିଲ୍ଲୀ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଲେଣି ବିଭନ୍ନ ରାଜୈତିକ ଦଳ । ଜୋର୍ ଧରିଛି ନିର୍ବାଚନୀ ପ୍ରଚାର । ରାଜୈନିତ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବି ଲାଗିଛି । ଦିଲ୍ଲୀବାସୀଙ୍କ ଦିଲ୍ ଜିତିବା ପାଇଁ ପୁରା ଦମ୍ରେ ଲାଗିପଡିଛନ୍ତି ବିଜେପି, ଆମଆଦମୀ ପାର୍ଟି ଏବଂ କଂଗ୍ରେସର ନେତାଏ । ଏହାରି ମଧ୍ୟରେ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି ବିଜେପି । ସଂକଳ୍ପ ପତ୍ରରେ ମହିଳାଙ୍କ ପାଇଁ ପୁରା ହାତ ଖୋଲି ଦେଇଛି ବିଜେପି । ସଂକଳ୍ପ ପତ୍ର ଜାରି ହେବା ପରେ ନଡ୍ଡା କହିଛନ୍ତି, ମହିଳାଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା । ଆମ ଫୋକସ୍ରେ ସମାଜର ବିଭିନ୍ନ ବର୍ଗ ।
ତେବେ ବିଜେପି ସଂକଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ। ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ ବୈଠକରେ ଏହି ଯୋଜନା ଉପରେ ମୋହର ମରାଯିବ ବୋଲି କହିଛନ୍ତି ଜେ.ପି ନଡ୍ଡା । ଏଥିସହିତ ଏଲପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ମିଳିବ । ହୋଲି ଓ ଦୀପାବଳି ଅବସରରେ ସେମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ଏଲ୍ପିଜି ସିଲିଣ୍ଡର ଦିଆଯିବ ବୋଲି ବିଜେପି ତା’ର ସଂକଳ୍ପ ପତ୍ରରେ ଘୋଷଣା କରିଛି ।
ସେହିପରି ଗର୍ଭବତୀ ମହିଳାଙ୍କୁ ୨୧ ହଜାର ଟଙ୍କା ଦେବାକୁ ଘୋଷଣା କରିଛି ଦଳ । ଖାଲି ଏତିକି ନୁହେଁ ଏହା ସହିତ ସେମାନଙ୍କୁ ୬ଟି ପୁଷ୍ଟିକର କିଟ୍ ଦିଆଯିବ । ଏହା ବାଦ୍ ପିଏମ୍ ମାତୃତ୍ୱ ବନ୍ଦନ ଯୋଜନାରେ ମହିଳାମାନଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ପାଇଁ ୫୦୦୦ ଟଙ୍କା ଓ ଦ୍ୱିତୀୟ ସନ୍ତାନ ପାଇଁ ୬୦୦୦ ଟଙ୍କା ଦେବାକୁ ଦଳ କରିଛି ଘୋଷଣା। ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସ୍ବାସ୍ଥ୍ୟବିମା ପ୍ରଦାନ କରାଯିବ । ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିଲ୍ଲୀର ଆପ୍ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି। ତାଠାରୁ ଭଲ ଯୋଜନା ସେମାନେ କାର୍ଯ୍ୟକାରୀ କରୁଥିବା ଦର୍ଶାଇ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି।
ବିଜେପି ବରିଷ୍ଠ ନାଗରିକମାନଙ୍କ ପାଇଁ ପେନ୍ସନ ଯୋଜନା ମଧ୍ୟ ଘୋଷଣା କରିଛି । ୬୦-୭୦ ବୟସ ବର୍ଗର ଲୋକେ ମାସକୁ ୨୦୦୦ରୁ ୨୫୦୦ ଟଙ୍କା ପେନ୍ସନ ପାଇବେ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍ସନ୍ ପ୍ରଦାନ କରାଯିବ। ସେହିପରି ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଦିଆଯାଉଥିବା ସହାୟତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଦଳ ଘୋଷଣା କରିଛି। ଅଟଳ କ୍ୟାଣ୍ଟିନ୍ ଯୋଜନା ଲଞ୍ଚ କରିବ ବିଜେପି । ଏହି ଯୋଜନା ମାଧ୍ୟମରେ ବସ୍ତିରେ ରହୁଥିବା ଲୋକମାନଙ୍କୁ ମାତ୍ର ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି ।
ଦଳର ସଂକଳ୍ପ ପତ୍ର ଘୋଷଣା କରିବା ଅବସରରେ ନଡ୍ଡା ଆପର ଜନତାଙ୍କୁ ଦେଇଥିବା ମିଛ ପ୍ରତିଶୃତିକୁ ପଦାରେ ପକାଇଥିଲେ। କହିଥିଲେ ୨୦୨୧ ମସିହାରେ ଆପ୍ ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ଲେଖାଏଁ ଦେବ ବୋଲି ଘୋଷଣା କରିଥିଲା। କିନ୍ତୁ ଦଳ ପଞ୍ଜାବ କିମ୍ବା ଦିଲ୍ଲୀରେ ତା’ର ଏହି ପ୍ରତିଶ୍ରୁତି ପାଳନ କରୁନାହିଁ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଲିକାଲ କଲଚରକୁ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଆସୁଥିବା ସଂକଳ୍ପ ପତ୍ର ଜାରି କରି ରାଜନୈତିକ ଦଳ ଭୁଲି ଯାଅନ୍ତି ଏହା ପୁରା କରିବା ପାଇଁ । କିନ୍ତୁ ମୋଦି ସରକାର ପ୍ରତିଶ୍ରୁତି ପାଳନ କରିବାକୁ ପଛଘୁଞ୍ଚା ଦେଇନି । ବିଜେପି ୨୦୧୪ରେ ୫୦୦ ପ୍ରତିଶ୍ରୁତି କରିଥିଲା ବିଜପେି ସେଥିରୁ ୪୯୯ ପ୍ରତିଶ୍ରୁତି ପୁରା କରିଛି ବିଜେପି । ଏହା ସହିତ ବର୍ତ୍ତମାନ ଦିଲ୍ଲୀରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ବିଜେପି ସରକାର ଆସିଲେ ମଧ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜେ.ପି ନଡ୍ଡା ।