ଝାଡଖଣ୍ଡ ନିର୍ବାଚନ; ରାଜ୍ୟପାଳଙ୍କ ବୋହୂଙ୍କୁ ଟିକେଟ୍ , ଷଢେଇକଳାରୁ ଲଢିବେ ଚମ୍ପାଇ ସୋରେନ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା । ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ପୂର୍ବରୁ ଟିକେଟ୍ । ଷଢେଇକଳାରୁ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ।

6j

କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।  ଏଥିରେ  ୬୬ ଜଣଙ୍କ ନାଁ ରହିଛି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଟିକେଟ ଦେଇଛି ଦଳ । ସେ ଜାମସେଦପୁର ପୂର୍ବ ବିଧାନସଭା ଆସନରୁ  ନିର୍ବାଚନ ଲଢିବେ । ସେହିପରି  ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଷଢେଇକଳାରୁ ଟିକେଟ ଦେଇଛି ବିଜେପି । ନିକଟରେ ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । 

ସେହିଭଳି ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କୁ ଧନୱାରରୁ ପ୍ରାର୍ଥୀ କରିଛି ବିଜେପି । ଝାଡଖଣ୍ଡରେ  ୮୧ ବିଧାନସଭା ଆସନ ପାଇଁ ନଭେମ୍ୱର ୧୩ ଓ ୨୦ ତାରିଖରେ ବିଧାନସଭା ନିର୍ବାଚନ ହେବ । ଗଣତି ୨୩ ତାରିଖରେ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe