କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୬୬ ଜଣଙ୍କ ନାଁ ରହିଛି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଟିକେଟ ଦେଇଛି ଦଳ । ସେ ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଷଢେଇକଳାରୁ ଟିକେଟ ଦେଇଛି ବିଜେପି । ନିକଟରେ ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ।
ସେହିଭଳି ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କୁ ଧନୱାରରୁ ପ୍ରାର୍ଥୀ କରିଛି ବିଜେପି । ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ନଭେମ୍ୱର ୧୩ ଓ ୨୦ ତାରିଖରେ ବିଧାନସଭା ନିର୍ବାଚନ ହେବ । ଗଣତି ୨୩ ତାରିଖରେ ହେବ ।