Photograph: (KANAKNEWS)
କନକ ବ୍ୟୁରୋ : ମହାରାଷ୍ଟ୍ରର ୨୯ଟି ମ୍ୟୁନିସିପାଲିଟି କର୍ପୋରେସନର ସାମଗ୍ରିକ ପରିସଂଖ୍ୟାନ ମଧ୍ୟ ବିଜେପି ସପକ୍ଷରେ ରହିଛି । ସାମଗ୍ରିକ ତଥ୍ୟରୁ ଜଣାପଡିଛି ଯେ ବିଜେପି ୯୦୯ ୱାର୍ଡରେ ଆଗୁଆ ଥିବାବେଳେ ସିନ୍ଦେଙ୍କ ନେତୃତ୍ୱାଧୀନ ସହଯୋଗୀ ଶିବସେନା ୨୩୭ ୱାର୍ଡରେ ଆଗୁଆ ଅଛନ୍ତି ।
କଂଗ୍ରେସ ୧୭୯ଟି ଆସନରେ ଆଗୁଆ ରହି ତୃତୀୟ ସ୍ଥାନରେ ରହିଛି, ଯେଉଁଥିରେ ଏକ ପ୍ରମୁଖ ଅଂଶ ଭିନୱାଡି ନିଜାମପୁର, ନାଗପୁର ଓ କୋହ୍ଲାପୁରରୁ ଆସୁଛି । ଶିବସେନା (ୟୁବିଟି) ଚତୁର୍ଥ ସ୍ଥାନରେ ରହିଛି, ଯାହା ୧୧୮ ଆସନରେ ଆଗୁଆ ରହିଛି । ଏହା ପଛକୁ ଅଜିତ ପାୱାରଙ୍କ ଏନ୍ସିପି (୧୧୨) ତୃତୀୟ ସ୍ଥାନରେ ରହିଛି ।
ଇରାନରେ ଘନଉଛି ଯୁଦ୍ଧର ବାଦଲ: ଆଶଙ୍କା ବଢ଼ାଇଲା ପେଣ୍ଟାଗନରୁ ଆସୁଥିବା ବିଭିନ୍ନ ରିପୋର୍ଟ
ମୁମ୍ବାଇ ବ୍ୟତୀତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ତାଙ୍କ କକା ରାଜ୍ୟସଭା ସାଂସଦ ଶରଦ ପାୱାରଙ୍କ ନେତୃତ୍ୱରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି)ର ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ମେଣ୍ଟ ଗଠନ କରିଥିବାରୁ ପୁଣେ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଏଠାରେ ମଧ୍ୟ ବିଜେପି ଆଗକୁ ବଢ଼ୁଛି। ପୁଣେରେ ସାତଟି ଆସନରେ ମିଳିତ ଏନ୍ସିପି ଗୋଷ୍ଠୀ (ଏନ୍ସିପି ୫, ଏନ୍ସିପି-ଏସ୍ପି ୨) ଆଗୁଆ ଥିବା ବେଳେ ଗେରୁଆ ଦଳ ୫୨ଟି ଆସନରେ ଆଗୁଆ ରହିଛି । ଏଠାରେ ମଧ୍ୟ ଦୁଇ ଏନ୍ସିପି ଗୋଷ୍ଠୀ ଏକାଠି ହେବାର କିଛି ଫାଇଦା ମିଳିନାହିଁ ।
୨୯ଟି ପୌର ସଂସ୍ଥାର ୮୯୩ଟି ୱାର୍ଡରେ ୨,୮୬୯ ଆସନ ପାଇଁ ଗୁରୁବାର ମତଦାନ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇର ୧୭୦୦ ପ୍ରାର୍ଥୀଙ୍କ ସମେତ ୧୫,୯୩୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବାକୁ ସମୁଦାୟ ୩.୪୮ କୋଟି ଯୋଗ୍ୟ ଭୋଟର ଥିଲେ । ମୁମ୍ବାଇ ଓ ପୁଣେ ବ୍ୟତୀତ ନିମ୍ନଲିଖିତ ମ୍ୟୁନିସିପାଲିଟି କର୍ପୋରେସନରେ ମଧ୍ୟ ଭୋଟ୍ ଗଣତି ଚାଲିଛି: ଛତ୍ରପତି ସମ୍ଭାଜୀନଗର, ନବୀ ମୁମ୍ବାଇ, ବାସାଇ-ବିରାର, କଲ୍ୟାଣ-ଡୋମ୍ବିଭିଲି, କୋହ୍ଲାପୁର, ନାଗପୁର, ସୋଲାପୁର, ଅମରାବତୀ, ଆକୋଲା, ନାସିକ, ପିମ୍ପ୍ରି-ଚିଞ୍ଚୱାଡ, ପୁଣେ, ଉଲ୍ଲାସନଗର, ଥାଣେ, ଚନ୍ଦ୍ରପୁର, ପରଭାନି, ମୀରା-ଭୟାନ୍ଦର, ନାନ୍ଦେଡ-ୱାଘାଲା, ପାନଭେଲ, ଭିୱାଣ୍ଡି-ନିଜାମପୁର, ଲାଟୁର, ମାଲେଗାଓଁ, ସାଙ୍ଗଲି-ମିରାଜ-କୁପୱାଡ, ଜଲଗାଓଁ, ଅହଲ୍ୟାନଗର, ଧୁଲେ, ଜଲନା ଓ ଇଚଲକରଞ୍ଜି।
Follow Us