କନକବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି କର୍ମୀ । ନାଚ, ଗୀତ, ପାରମ୍ପରିକ ବାଦ୍ୟ ସହ କରାଯାଇଛି ସ୍ୱାଗତ ।  ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଣ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ ବୁଦ୍ଧିଜୀବୀ ସମ୍ମଳନୀରେ ଯୋଗଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ ।  ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ବୁଦ୍ଧିଜୀବୀ ସମ୍ମଳନୀରେ ଯୋଗଦେଇଛନ୍ତି ନଡ୍ଡା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଧନା କରିବେ । ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା ମଧ୍ୟ କରିବେ।