କାହିଁକି ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ ଦଳର ସଭାପତିଙ୍କ ନାଁ ଘୋଷଣା ? ବିବାଦ ନା ଅନ୍ୟ କିଛି...

ସବୁଠୁ ବଡ଼ କଥା ହେଲା, ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ହିଁ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି

ଅଦ୍ୟତନ ହୋଇଛି
Nadda Will Come To Odisha

Nadda Will Come To Odisha Photograph: (kanak News)

କନକ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ଏପ୍ରିଲ ୧୨ ତାରିଖରେ ଓଡ଼ିଶା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିବା ସହ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

ସବୁଠୁ ବଡ଼ କଥା ହେଲା, ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ହିଁ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏପ୍ରିଲ ୧୪ ତାରିଖ ପରେ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ପ୍ରଥମେ ଘୋଷଣା ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ନାଁ, ଏହାପରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବା ନେଇ ସୂଚନା ରହିଛି ।  ହେଲେ ଏବେ ପ୍ରଶ୍ନ, ମାର୍ଚ୍ଚ ଶେଷ ସୁଦ୍ଧା ସଭାପତି ଚୟନ ହେବା ନେଇ କୁହାଯାଉଥିବା ବେଳେ କାହିଁକି ପଦ୍ମ ଘୁଂଚିଲା ? ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗତମାସ ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଥିଲେ ୩୧ ମାର୍ଚ୍ଚ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବ  ।

ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ଏନେଇ ଶୀଘ୍ର ନିର୍ଣ୍ଣୟ ନେବେ ବିଜେପି ଜାତୀୟ ନେତୃତ୍ବ । ୧୫ ମାର୍ଚ୍ଚ ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ଏବଂ ଓଡିଶା ଦାୟିତ୍ୱରେ ଥିବା ସଞ୍ଜୟ ଜୟଶ୍ୱାଲଙ୍କ ସହ ଆମେ ଆଲୋଚନା କରାଯିବ ବୋଲି ପ୍ରଭାରୀ ବିଜୟ ପାଲ ସିଂ କହିଥିଲେ । ସେପଟେ ବିଭିନ୍ନ ବୋର୍ଡ ଏବଂ ନିଗମ ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଥିଲେ ରାଜ୍ୟ ପ୍ରଭାରୀ  । ଖାଲି ଏତିକି ନୁହେଁ ବରଂ ପୁଣି ଥରେ ବୟାନ ଆସିଥିଲା କି ମାର୍ଚ୍ଚ ଶେଷ ସୁଦ୍ଧା ସଭାପତି ଚୟନ ହେବ ବୋଲି । ହେଲେ ଏବେ ପୁଣି ଥରେ ଏପ୍ରିଲ ୧୪ ତାରିଖ ପରେ ନାଁ ଘୋଷଣା ହେବା ନେଇ ଖବର ଆସିବା ପରେ ଚର୍ଚ୍ଚା ବଢିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe