ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ;  ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Advertisment

ସଂଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଉପରେ ଫୋକସ । ସାମିଲ ହେବେ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ସାଂସଦ ଓ ବିଧାୟକ ।

ସଂଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଉପରେ ଫୋକସ । ସାମିଲ ହେବେ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ସାଂସଦ ଓ ବିଧାୟକ ।

ସାଂସଦ ଓ ବିଧାୟକଙ୍କୁ ଟିପ୍ସ ଦେବେ ନଡ୍ଡା

ସାଂସଦ ଓ ବିଧାୟକଙ୍କୁ ଟିପ୍ସ ଦେବେ ନଡ୍ଡା Photograph: (kanakNews)

କନକ ବ୍ୟୁରୋ:  ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ପୁରୀ ଗସ୍ତରେ ଯିବେ । ତିନିଦିନ ଧରି ପୁରୀରେ ସାଂସଦ ଓ ବିଧାୟକଙ୍କ ହେବ ପ୍ରଶିକ୍ଷଣ । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ପାଇଁ ହେବ ପ୍ରଶିକ୍ଷଣ । ତୃଣମୂଳ ସ୍ତରରେ ଲୋକଙ୍କ ସହ କେମିତି ମିଶିବେ, ଭଲ ଭାଷଣ କିପରି ଦେବେ, ତା’ ଉପରେ ତାଲିମ ନେବେ ନେତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ତାଲିମ । ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା । ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ।

ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହେଉଛି ପ୍ରଶିକ୍ଷଣ ଶିବିର। ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଭାଗ ନେବେ । ଏଥିସହିତ ବିଜେପିର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ଯୋଗଦେବେ ସମସ୍ତ ପଦାଧିକାରୀ । ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି । ହେଲେ ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଶିବିରର ଗୁରୁତ୍ବ ବଢ଼ିଛି । ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଂଗଠନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ,ଭାଷଣ ଭଲଦେବେ ସେନେଇ ତାଲିମ ଦିଆଯିବ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe