କନକ ବ୍ୟୁରୋ: କ୍ଷମା ମାଗିଲେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ବୟାନକୁ ବିବାଦରେ ଫସିବା କଙ୍ଗନା କ୍ଷମା ମାଗିଛନ୍ତି । ତିନି କୃଷି ଆଇନ୍କୁ ଫେରାଇ ଆଣିବାକୁ ସେ ବୟାନ ଦେଇଥିଲେ ।ଯାହାକୁ ନେଇ ବିବାଦ ତେଜିବା ପରେ ସାଂସଦ ମୁଣ୍ଡ ନୁଆଁଇଛନ୍ତି । ବିଜେପି ସାଂସଦଙ୍କ ଏହି ବୟାନକୁ ନେଇ ଏବେ ଜୋରଧରିଛି ରାଜନୀତି ।
ବଲିଉଡ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାୱତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, 'ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି । ଏହା ଦଳର ବିବୃତ୍ତି ନୁହେଁ।' ସେହିପରି ବିଜେପି ମୁଖପାତ୍ର ଗୌରବ ଭାଟିଆ କଙ୍ଗନାଙ୍କ ମନ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି। ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ' କଙ୍ଗନାଙ୍କ ବିବୃତ୍ତି ଚାଷୀଙ୍କ ପ୍ରତି ଅପମାନ। ତାଙ୍କ ବିରୋଧରେ ବିଜେପି ଆକ୍ସନ ନେବା ଉଚିତ। ଏହା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ଅପମାନ । ଆମେ ମଧ୍ୟ ଏହି କୃଷି ଆଇନ ବିରୋଧରେ ଥିଲୁ, ଆମେ କଙ୍ଗନା ରାଣାୱତଙ୍କ ବୟାନକୁ ବିରୋଧ କରୁଛୁ।'ବିବାଦ ବଢ଼ିବା ପରେ ହିମାଚଳ ପ୍ରଦେଶର ମାଣ୍ଡି ସାଂସଦ କଙ୍ଗନା ମଧ୍ୟ ଏକ୍ସରେ ଟ୍ୱିଟ୍ କରି ଏହା ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି।
କଂଗ୍ରେସ କୃଷି ଆଇନ ଉପରେ କଙ୍ଗନାଙ୍କ ମନ୍ତବ୍ୟକୁ ଦର୍ଶାଇ ଅଭିଯୋଗ କରିଛି, ଶାସକ ଦଳ ୨୦୨୧ରେ ରଦ୍ଦ କରିଥିବା ତିନିଟି ଆଇନକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି ଏବଂ ହରିୟାଣା ଏହାର ଉଚିତ୍ ଜବାବ ଦେବ। ତିନୋଟି ନିୟମ ; କୃଷକ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ ଆଇନ, ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ ଉପରେ କୃଷକ ଚୁକ୍ତିନାମା ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ ନଭେମ୍ବର ୨୦୨୧ରେ ରଦ୍ଦ ହୋଇଥିଲା।