ଉତ୍ତରପ୍ରଦେଶ ବିଜେପିରେ ଫାଟ, ସାମ୍ନାକୁ ଆସିଲେ ସାଂସଦ ରବି କିଶନ

ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ଦିନ ୧୭୭ ପରିଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କି, ବିଜେପିର ସ୍ଥାନୀୟ ସାଂସଦ ରବି କିଶନ ରାମଗଡ଼ ତାଲ ଅଞ୍ଚଳରେ ଏକ ନାଳକୁ ଦଖଲ କରି ତା ଉପରେ ଘର ନିର୍ମାଣ କରିଛନ୍ତି । ଏହା ସହରରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି, ଏବେ ରାଜ୍ୟର କେଉଁମାନେ ନାଳ ଉପରେ ଘର କରିଛନ୍ତି ତାହା ମେସିନ ସହାୟତାରେ ଚିହ୍ନଟ କରାଯାଉଛି ବୋଲି ଯୋଗୀ କହିଥିଲେ । 

39

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ବିଜେପି କନ୍ଦଳ ଏବେ ପଦାରେ ପଡିଛି । ଗୋରଖପୁର ସାଂସଦ ରବି କିଶନ ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି କି, ଯୋଗୀ ମୋତେ ଟାର୍ଗେଟ୍ କରୁଛନ୍ତି । ରବି କିଶନଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ତାଙ୍କ ନାମରେ ସରକାରୀ ଜମିରେ ଘର ନିର୍ମାଣ କରିଥିବା ଅଭିଯୋଗ ଆସିଛି । ଏକ ନାଳ ଉପରେ ରବି କିଶନ ଘର କରିଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେବା ପରେ ରବି କିଶନ ତାର ଜବାବ ଦେଇଛନ୍ତି । ସେ ଉତ୍ତରପ୍ରଦେଶ ସରକାରଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି, ମୋ ଘର ତଳେ କେଉଁଠି ନାଳ ଅଛି ସରକାର ଆସି ଖୋଜନ୍ତୁ । ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସରକାରୀ ନାଳ ଉପରେ ରବି କିଶନ ଘର କରିଥିବା କଥା କହିଥିଲେ । ଏହାକୁ ନେଇ ସାଂସଦ ରବି କିଶନ କହିଛନ୍ତି, ଯୋଗୀ ସିଧାସଳଖ ମୋତେ ଟାର୍ଗେଟ୍ କରି ରାଜ୍ୟବାସୀଙ୍କ ଜଣାଇଛନ୍ତି କି ମୁଁ ସରକାରୀ ଜମି ଉପରେ ଘର କରିଛି । ଯଦି ମୁଁ ସରକାରୀ ଜମି ଉପରେ ଘର କରିଛି ତେବେ ଯୋଗୀ ସରକାର ତା ଉପରେ ବୁଲଡୋଜର ଚଳାନ୍ତୁ ବୋଲି ସେ ସିଧାସଳଖ ଯୋଗୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । 

ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ଦିନ ୧୭୭ ପରିଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କି, ବିଜେପିର ସ୍ଥାନୀୟ ସାଂସଦ ରବି କିଶନ ରାମଗଡ଼ ତାଲ ଅଞ୍ଚଳରେ ଏକ ନାଳକୁ ଦଖଲ କରି ତା ଉପରେ ଘର ନିର୍ମାଣ କରିଛନ୍ତି । ଏହା ସହରରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି, ଏବେ ରାଜ୍ୟର କେଉଁମାନେ ନାଳ ଉପରେ ଘର କରିଛନ୍ତି ତାହା ମେସିନ ସହାୟତାରେ ଚିହ୍ନଟ କରାଯାଉଛି ବୋଲି ଯୋଗୀ କହିଥିଲେ । 

ଯୋଗୀଙ୍କ ଏଭଳି ବୟାନ ଉପରେ ରବି କିଶନ କହିଛନ୍ତି, ମୁଁ ଜଣେ ଅଭିନେତା ସହ ସାଂସଦ ହୋଇଥିବାରୁ ମୋତେ ଟାର୍ଗେଟ୍ କରାଯାଉଛି । ହେଲେ ନାଳ ଉପରେ ଘର କରିଥିବା ନେଇ ସାଂସଦଙ୍କୁ ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି କି, ଏଭଳି ଖବର ଶୁଣିବା ପରେ ମୁଁ ରାତି ସାରା ମୋ ଘର ତଳେ ନାଳ ଖୋଜିଲି, ହେଲେ କେଉଁଠି ବି ନାଳ ପାଇଲି ନାହିଁ । ମୁଁ ଯେଉଁଠି ଘର କରିଛି ସେନେଇ ଜିଡ଼ିଏ ଅନୁମତି ଦେଇଛି । ସେ ଆହୁରି କହିଛନ୍ତି କି, ଯୋଗୀ ଯେତେବେଳେ ତୀର ମାରନ୍ତି ସର୍ବପ୍ରଥମେ ମୋତେ ଲକ୍ଷ୍ୟ କରି ତୀର ମାରିଥାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe