ପୂର୍ବ ସରକାରକୁ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ; କହିଲେ ପୋଲାଭରମ୍ ନାଁରେ ପିକନିକ୍ ଚାଲିଛି

ପୋଲାଭରମ୍ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । କହିଲେ, ବିଜେଡି ଅମଳରେ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ଏବେ ପିକନିକ୍ ପାଇଁ ଯାଇଛନ୍ତି ନେତା । ଥଇଥାନ ପାଇଁ କଲେ ଦାବି ।

21-picnic

କନକ ବ୍ୟୁରୋ: ପୋଲାଭରମ୍ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ବଳଭଦ୍ର ମାଝୀ କହିଛନ୍ତି, ବିଜେଡି ସରକାର ଅମଳରେ ପୋଲାଭରମକ ପ୍ରକଳ୍ପକୁ ଅମୁନୋଦନ ମିଳିଥିଲା । ଏବେ ବିଜେଡି ନେତାମାନେ କେବଳ ପିକନିକ୍ ପାଇଁ ମାଲକାନଗିରି ଯାଇଛନ୍ତି । ଥଇଥାନ ନହେବା ଯାଏଁ ପୋଲାଭରମ ପାଣି ମଡେଇ ଦିଆଯିବ ନାହିଁ ବୋଲି କହିଛନ୍ତି ନବରଙ୍ଗପୁର ସାଂସଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe