କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ହଜାର ହଜାର ମିଶନଶକ୍ତି ମହିଳା ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ପୂର୍ବ ନବୀନ ସରକାରଙ୍କୁ ଏଥିପାଇଁ ଦାୟୀ କଲେ ବିରୋଧୀ ଦଳ ବିଧାୟିକା ସୋଫିଆ ଫିଦୌସ ଓ ବିଜେପି ବିଧାୟିକା ଉପାସନା ଉପାସନା ମହାପାତ୍ର।
ସୋଫିଆ କହିଛନ୍ତି, ଦୁଃଖ ଓ ଲଜ୍ଜାର ବିଷୟ ଯେ ମହିଳା ଆଜି ରାଜ ରାସ୍ତାରେ । ୨୪ ବର୍ଷ ଧରି ମିଶନ୍ ଶକ୍ତି ନାଁ ବ୍ୟବହାର କରି ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ଲଗାଉଥିଲେ । ମୋ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରାଯାଇଥିଲା। ଏଥିପାଇଁ ମହିଳାମାନେ ଭୁଲିଯାଇଥିଲେ ସଶକ୍ତିକରଣ କଥା । ପୂର୍ବତନ ସରକାରର ଭୁଲ ପାଇଁ ଆଜି ମହିଳାମାନଙ୍କର ଏପରି ଅବସ୍ଥା’ । ମିଶନ ଶକ୍ତି ମହିଳାଙ୍କ ଦରମା ନେଇ କଣ ପାଇଁ ଚୁକ୍ତି ରେନ୍ୟୁ କରିନଥିଲେ ବିଜେଡି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ।
ଏହି ଘଟଣାକୁ ନେଇ ଶାକ ଦଳ ବିଧାୟିକା ଉପାସନା ମହାପାତ୍ର ମଧ୍ୟ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ୨୦୧୯ରେ ମିଶନଶକ୍ତି ମହିଳାଙ୍କ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏପ୍ରିଲ ୨୦୨୪ରେ ଚୁକ୍ତି ସରିଲା ତା ପୂର୍ବରୁ କାହିଁକି ରେନ୍ୟୁ କଲେ ନାହିଁ ତତ୍କାଳୀନ ସରକାର ? କାରଣ ଆଗକୁ ନିର୍ବାଚନ ଥିଲା, ସେଥିପାଇଁ ଚୁକ୍ତିକୁ ଝୁଲେଇ ରଖିଲେ । ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଥିଲେ ବିଜେଡି ସରକାର। ମୁଁ ଜଣେ ମହିଳା ଭାବେ ଘଟଣାକୁ ନେଇ ଦୁଃଖିତ । ଆମ ବିଜେପି ସରକାର ବିଜେଡି ଭଳି ନୁହଁ । ଆପଣଙ୍କ ଭୁଲ କୁ ଆମେ ସୁଧାରିବୁ’।
Follow Us