’ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ’ ; ମହିଳାଙ୍କ ପ୍ରସଙ୍ଗ ନେଇ ବିରୋଧୀ ଦଳ ମୁଖ୍ୟଙ୍କୁ ଟାର୍ଗେଟ କଲେ ଟଙ୍କଧର

ମିଶନ ଶକ୍ତି ମହିଳାଙ୍କୁ ଦରମା ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। କହିଛନ୍ତି, ’ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ ।

41naveen

କନକ ବ୍ୟୁରୋ: ମିଶନ ଶକ୍ତି ମହିଳାଙ୍କୁ ଦରମା ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କହିଛନ୍ତି, ’ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ । ସରକାର ମହିଳାମାନଙ୍କ ସହ ଥିଲା ଓ ମହିଳାମାନଙ୍କ ସହ ଅଛି କହିଲେ ନବୀନ । ହେଲେ ସେ ନିଜେ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତାମାନେ ଝିଅ ନଥିଲେ କି?

ଆଜି ଏମବିକେ, ସିଆରପି ମାନଙ୍କ କଥା କହୁଛନ୍ତି, ସେମାନେ ୮ ମାସ ହେଲା ଦରମା ପାଇନାହାନ୍ତି।  କିନ୍ତୁ ବିଜେପି ସରକାର ତ ୫ ମାସ ହେଲା ଆସିଛି । ପୂର୍ବ ୩ ମାସ କିଏ ସରକାରରେ ଥିଲା ? ଚୁକ୍ତି ସରିବା ବେଳେ ବିଜେଡ଼ି ସରକାର ଥିଲା।? ଯଦି ଆପଣ ଏତେ ସମ୍ବେଦନଶୀଳ, ତାହେଲେ କାହିଁକି ଚୁକ୍ତି ନବୀକରଣ କରିନଥିଲେ ? କାହିଁକି ମହିଳା ମାନଙ୍କୁ ମଝି ଦରିଆରେ ଛାଡ଼ିଦେଲେ? କାହିଁକି ସେମାନଙ୍କୁ ଆଜି ହାତବାରିଶି କରୁଛନ୍ତି? ମହିଳାଙ୍କୁ ଦଳୀୟ ପ୍ରଚାରରେ ଲଗାଇଲେ, ହେଲେ ପରେ ତାଙ୍କୁ ପଛ ପଟୁ ଛୁରି ମାରିଲେ । ମାଆ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡ଼ି’ ବୋଲି ଟଙ୍କଧର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe