କନକ ବ୍ୟୁରୋ: ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ବୟାନ । ପୁଣି ଉଠାଇଲେ ପାଣ୍ଡିଆନ ପ୍ରସଙ୍ଗ । କହିଲେ ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ ପାଣ୍ଡିଆନ । ମେଡିସିନ୍ ଦିଆଯାଉଥିବାରୁ କିଛି ବୁଝି ପାରୁନଥିଲେ କି ଜାଣିପାରୁ ନଥିଲେ ନବୀନ। ପାଣ୍ଡିଆନ କେତେବେଳେ ତାଙ୍କ ହାତ ମାଡି ବସୁଥିଲେ ତ କେତେବେଳେ ଗୋଇଠା ମାରୁଥିଲେ । ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବା ପରେ ନବୀନଙ୍କ ଭାଗ୍ୟ ବଦଳିଛି ।
ଏବେ ସବୁ ବୁଝିପାରୁଛନ୍ତି, ସମସ୍ତଙ୍କ ସହ ମିଶୁଛନ୍ତି । ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାଙ୍କ ପାଇଁ ଭଲ ହୋଇନଥାନ୍ତା । ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପାଣ୍ଡିଆନ ଚାହୁଁ ନଥିବା କହିଛନ୍ତି ପଦ୍ମଲୋଚନ । ସେପଟେ ଅଭିଯୋଗର ଜବାବ ରଖିଛି ବିଜେଡି । ମନ୍ତ୍ରୀ ପଦ ପାଇବା ପାଇଁ ପଦ୍ମଲୋଚନ ପଣ୍ଡା ନବୀନ ବାବୁଙ୍କୁ ଟାର୍ଗେଟ କରୁଥିବା କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।