କନକ ବ୍ୟୁରୋ: ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ ଦର୍ଶାଇ କଟକରେ ମେଳି ବାନ୍ଧିଲେ ବିଜେପି ବିଧାୟକ। ମେଳିରେ ପୂର୍ବତନ ରେଭେନସା ଛାତ୍ର ଓ ଏବେର ଛାତ୍ର ସାମିଲ ହୋଇଛନ୍ତି। ନାଁ ପରିବର୍ତ୍ତନ ବିତର୍କ ଆହୁରି ବ୍ୟାପକ କରିବାକୁ ଆହ୍ଵାନ ଦେଇଛନ୍ତି ବିଜେପି ବିଧାୟକ ପ୍ରକାଶ ସେଠୀ। କହିଛନ୍ତି ନାଁ ପରିବର୍ତ୍ତନ ପାଇଁ ଆଜିଠୁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ଚାହୁଁନାହିଁ ନାଁ ପରିବର୍ତ୍ତନ ହେଉ। ବିରୋଧୀ ବିଜେଡି ଏହାକୁ ନେଇ ରାଜନୀତି କରୁଛି। ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସାଂସଦ ଭର୍ତୃହରିଙ୍କ ସମ୍ପାଦକୀୟ ତଥ୍ୟ ଭିତ୍ତିକ ବୋଲି କହିଛନ୍ତି ବିଜେପି ବିଧାୟକ। ସେ ବହୁ ଅଭିଜ୍ଞ ଓ ତାଙ୍କ ଲେଖାରେ ବାସ୍ତବତା ରହିଛି। ରେଭେନସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ତାଙ୍କ ଲେଖା ସମ୍ପୂର୍ଣ୍ଣ ଠିକ୍। ନାଁ ପରିବର୍ତ୍ତନ ଉଦ୍ୟମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛି ବିଜେପି।
ରେଭେନ୍ସାର ନାଁ ପରିବର୍ତ୍ତନ ପାଇଁ ଅଣ୍ଟାଭିଡ଼ିଲା ବିଜେପି: କଟକରେ ଦଳୀୟ ବିଧାୟକଙ୍କ ମେଳି
ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ ଦର୍ଶାଇ କଟକରେ ମେଳି ବାନ୍ଧିଲେ ବିଜେପି ବିଧାୟକ। ମେଳିରେ ପୂର୍ବତନ ରେଭେନସା ଛାତ୍ର ଓ ଏବେର ଛାତ୍ର ସାମିଲ ହୋଇଛନ୍ତି। ନାଁ ପରିବର୍ତ୍ତନ ବିତର୍କ ଆହୁରି ବ୍ୟାପକ କରିବାକୁ ଆହ୍ଵାନ ଦେଇଛନ୍ତି ବିଜେପି ବିଧାୟକ ପ୍ରକାଶ ସେଠୀ।