ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭମେଳାକୁ ଯିବାଆସିବା କରୁଥିବା ଶ୍ରଦ୍ଧାଳୁଙ୍କୁ ଉଚିତ୍ ସେବା ଯୋଗାଇଦେବା ପାଇଁ ବିଭିନ୍ନ ରାଜନୈତିକ ପାର୍ଟି ଏବଂ ସାମାଜିକ ସଂଗଠନ ପକ୍ଷରୁ ଠାଏଁ ଠାଏଁ ଜାଗାରେ କ୍ୟାମ୍ପ୍ ର ପ୍ରବନ୍ଧ କରାଯାଇଛି । ଯେଉଁଠାରେ ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ସେବା ଯୋଗାଇ ଦିଆଯାଉଛି । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଏଭଳି ଅନେକ କ୍ୟାମ୍ପ୍ ଲାଗିଛି । ଏହି କ୍ୟାମ୍ପ ଭିତରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏକ କ୍ୟାମ୍ପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ବିଜେପି ବିଧାୟକ ଶ୍ରଦ୍ଧାଳୁଙ୍କ ସେବା କରୁଥିବାର ନଜର ଆସିଛନ୍ତି । ବର୍ତ୍ତମାନ ବିଧାୟକଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ବୃଦ୍ଧ ମହିଳାଙ୍କ ଗୋଡ଼ ଚିପୁଥିବାର ନଜର ଆସୁଛନ୍ତି ।
/kanak/media/media_files/2025/02/15/zSa52XdSlEC7bCdYvjAz.jpg)
ଏହି ଭାଇରାଲ୍ ଭିଡିଓରେ ବିଜେପି ବିଧାୟକ ଶ୍ରଦ୍ଧାଳୁଙ୍କ ଗାଡ଼ିକୁ ଅଟକାଇ ସେଥିରୁ ବୃଦ୍ଧାଙ୍କୁ ଓହ୍ଲାଉଛନ୍ତି ଏବଂ ସେବା ଶିବିରକୁ ବୃଦ୍ଧାଙ୍କୁ ପାଛୋଟି ଆଣୁଛନ୍ତି । ଏହାପରେ ସେ ଭୋକିଲା ବୃଦ୍ଧାଙ୍କୁ ଖେଚୁଡି ଖାଇବାକୁ ଦେଇ ତାଙ୍କ ଗୋଡ଼ ଦବାଇ ଦେଉଛନ୍ତି । ବୃଦ୍ଧ ମହିଳାଜଣକ ପରିବାର ସହ ସଙ୍ଗମନଗରୀକୁ ମହାକୁମ୍ଭ ସ୍ନାନ ପାଇଁ ଆସିଥିଲେ ଏବଂ ବୁଡ଼ ପକାଇ ଗନ୍ତବ୍ୟ ସ୍ଥଳକୁ ବାହୁଡୁଥିଲେ ଠିକ୍ ଏହି ସମୟରେ ବୃଦ୍ଧାଙ୍କ ସେବାରେ ଲାଗିଲେ ବିଧାୟକ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ୩ ଦିନ ପୁରୁଣା ବୋଲି କୁହାଯାଉଛି ।
/kanak/media/media_files/2025/02/15/qeUhaWHnxL0VYCKXX3EB.jpg)
ସୋନଭଦ୍ର ଜିଲ୍ଲାର ରବର୍ଟସଗଞ୍ଜର ହିନ୍ଦୁୱାରୀ ତିରାହା ଠାରେ ବିଜେପି ବିଧାୟକ ଭୂପେଶ ଚୌବେଙ୍କ ଦ୍ୱାରା ସେବାଭାବ ଶିବିର ଆୟୋଜନ କରାଯାଇଛି । ଏଠାରେ ପ୍ରୟାଗରାଜ ମହାକୁମ୍ଭକୁ ଆସୁଥିବା ଏବଂ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ବିସ୍କୁଟ୍, ଚା-ପାଣି ଏବଂ ଖେଚୁଡି ପ୍ରଦାନ କରାଯାଉଛି । ଶିବିରରେ ବିଜେପି କର୍ମୀମାନେ ଶ୍ରଦ୍ଧାଳୁମାନଙ୍କ ସେବାରେ ନିୟୋଜିତ ଅଛନ୍ତି । ତିନି ଦିନ ପୂର୍ବେ ବିଧାୟକ ଭୂପେଶ ଚୌବେ ଶିବିରରେ ପହଞ୍ଚି ଶ୍ରଦ୍ଧାଳୁମାନଙ୍କ ସେବାରେ ଲାଗିପଡିଥିଲେ । ଏତିକିବେଳେ ଶ୍ରଦ୍ଧାଳୁମାନଙ୍କର ଏକ କାର ସେଠାରେ ଅଟକିଥିଲା । ସେମାନେ ମହାକୁମ୍ଭରୁ ସଙ୍ଗମ ସ୍ନାନ ସାରି ଘରକୁ ଫେରୁଥିଲେ । କାରରେ ଜଣେ ବୃଦ୍ଧା ମହିଳା ମଧ୍ୟ ଥିଲେ । ବିଧାୟକ ଯେତେବେଳେ ଜଣେ ବୃଦ୍ଧା ମହିଳାଙ୍କୁ ଦେଖିଲେ, ସେ ତୁରନ୍ତ କାର୍ ପାଖକୁ ଦୌଡ଼ିଗଲେ । ଉକ୍ତ ବୃଦ୍ଧାଙ୍କୁ ସାହାଯ୍ୟ କରି କାରରୁ ଓହ୍ଲାଇ ଆଣି ଶିବିରକୁ ନେଇ ଆସିଲେ । ବିଧାୟକ ମହିଳାଙ୍କୁ ଚୌକିରେ ବସାଇ ଖେଚୁଡ଼ି ଖାଇବାକୁ ଦେବା ସହ ତାଙ୍କର ହାତ ଗୋଡ଼ ମଧ୍ୟ ଦବାଇ ଦେଲେ । ତେବେ ବିଧାୟକଙ୍କ ସେବାଭାବର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭୂପେଶ ଚୌବେ ରବର୍ଟସଗଞ୍ଜ ଆସନରୁ ବିଧାୟକ ଅଛନ୍ତି ।