କନକ ବ୍ୟୁରୋ : ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୁଣି ବିବାଦୀୟ ବୟାନ ଦେଇଛନ୍ତି। ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଜୟନାରାୟଣ କହିଛନ୍ତି, ଉତ୍କଳ ଓ କୋଶଳର କଥା। ଖୋଲାଖୋଲି କହିଛନ୍ତି, ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ। ଏହା ଆମର ଐତିହାସିକ ଭୁଲ୍ ଥିଲା ବୋଲି ଜୟନାରାୟଣ କହି ବିବାଦୀୟ ହୋଇଛନ୍ତି। ଏନେଇ ଆନ୍ଦୋଳନ ହେବ ବୋଲି କହିଛନ୍ତି ଜୟନାରାୟଣ। ସେପଟେ ଜୟନାରାୟଣଙ୍କ ଏଭଳି ବୟାନ ପରେ ବିବାଦ ତେଜିଛି । କଟକ ବକ୍ସିବଜାର ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧ କରି କୁଶ ପୁତ୍ତଳିକା ଦାହ କରିଛନ୍ତି ।
ପୁଣି ବିବାଦୀୟ ବୟାନ ଦେଇ ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ଏକ ସଭାରେ ଖୋଲା ଖୋଲି କହିଲେ ଆମେ ଓଡିଶାରେ ମିଶି ଭୁଲ କରିଦେଲୁ
Advertisment
Follow Us