କନକ ବ୍ୟୁରୋ: ପୁଲିସ ଏସଆଇ ଚାକିରି କେଳେଙ୍କାରୀ ଘଟଣାରେ ବଡ଼ ବୟାନ ଦେଲେ ବିଜେପି ବିଧାୟକ ବାବୁ ସିଂ । ବିଧାୟକ କହିଛନ୍ତି, ଶଙ୍କର ପୃଷ୍ଟି ବ୍ରହ୍ମପୁରର ଯେଉଁ ଘରେ ଅଫିସ୍ ଚଲାଉଥିଲା, ସେ ଘର କାହାର? ସେହି ଘର ବିଜେଡି ନେତାଙ୍କ ଘର ନୁହେଁ ତ?
ବିଧାୟକ ବାବୁ ସିଂଙ୍କ କହିବା କଥା ହେଲା, ଚାକିରି ଦୁର୍ନୀତି ଘଟଣାରେ ୧୧୮ ଜଣ ଧରାପଡ଼ିଲେଣି । କେବଳ ଛୋଟ ମାଛ ନୁହେଁ ବଡ଼ ମାଛଙ୍କର ମଧ୍ୟ ସମୟ ଆସୁଛି । ବିଗତ ଦିନରେ ଗୋଟିଏ ପଞ୍ଚାୟତରେ ୨୫ ଜଣ ପିଲା ଚାକିରି ପାଇଥିଲେ । ଯାହାକି ଚାକିରିରେ ଦୁର୍ନୀତି ହୋଇଥିବା କଥାକୁ ସ୍ପଷ୍ଟ କରୁଛି । ଗତ ସରକାର ସମୟରେ ହିଁ ଚାକିରିରେ ଦୁର୍ନୀତି ହୋଇଥିଲା ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁବ୍ରତ ଛାଟୋଇ ବିଜେଡି ଦଳର । ବିଜେଡି ନେତା ତାଙ୍କୁ ଛତା ଧରି ସୁରକ୍ଷା ଦେଉଥିଲେ । ୫୦ରୁ ୬୦ ପ୍ରତିଶତ ଚାକିରି ଗୋଟିଏ ସଂସ୍ଥାରୁ ହିଁ ଲୋକ ପାଉଥିଲେ । କେବଳ ଏସଆଇ ନୁହେଁ ଗତ ସରକାର ସମୟରେ ଅନେକ ନିଯୁକ୍ତିରେ ସେହି ସଂସ୍ଥଆରୁ ପିଲା ଦୁର୍ନୀତି ମାଧ୍ୟମରେ ଚାକିରି ପାଇଛନ୍ତି । ବିଗତ ସରକାର ଏ ଚାକିରି ଦୁର୍ନୀତିର ବାଟ ଦେଖାଇଥିଲା । ଯାହାକୁ ଆମ ସରକାର ବନ୍ଦ କରୁଛି ବୋଲି କହିଛନ୍ତି ବିଧାୟକ ବାବୁ ସିଂ । ଏହାସହ ଏହି ଘଟଣାରେ ମୁହଁ ଘୋଡ଼ାଇବାକୁ ବିଜେଡି ଆନ୍ଦୋଳନ କରିବ । ଅପରାଧୀଙ୍କ ସହ ବହୁ ବିଜେଡି ନେତାଙ୍କ ଫଟୋ ଅଛି, ଯିଏକି ଆଗାମୀ ଦିନରେ ବନ୍ଧା ହେବେ ବୋଲି କହିଛନ୍ତି ବାବୁ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/10/05/babu-singh-2025-10-05-12-55-08.jpg)