କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ବଡ଼ ବୟାନ। ଖୁବଶୀଘ୍ର ବିଜେଡିର ଆଉ ୨ ରାଜ୍ୟସଭା ସାଂସଦ ବିଜେପିରେ ମିଶିବେ ବୋଲି ବିଧାୟକ ଅଶୋକ ମହାନ୍ତି ଦାବି କରିଛନ୍ତି । ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ବିଜେପିରେ ମିଶିବେ ବୋଲି ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ। କେବଳ ସେତିକି ନୁହେଁ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ବୋଲି ବଡ଼ ଦାବି କରିଛନ୍ତି ଅଶୋକ ମହାନ୍ତି। ପୂର୍ବରୁ ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ଏବେ ଅନ୍ୟ ବିଜେଡି ସାଂସଦ ବିଜେପିରେ ସାମିଲ ହେବେ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ। ତେବେ କିଏ ସେହି ବିଧାୟକ ଏହାକୁ ନେଇ ଚର୍ଚ୍ଚା ଜୋର ଆରମ୍ଭ ହୋଇଯାଇଛି। ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ । କହିଛନ୍ତି ବିଜେଡି କେବେ ବି ବିନା ଡେଣାରେ ଆକାଶରେ ଉଡିବାକୁ ବିଶ୍ୱାସ କରେ ନାହିଁ । ରାଜନୀତିରେ ବହୁତ ଚର୍ଚ୍ଚା ହୁଏ। ବହୁତ ବିତର୍କ ହୁଏ । ବହୁତ ଗଳ୍ପ ରଚନା ବା ସୃଷ୍ଟି କରାଯାଏ । ରାଜନୀତିରେ ଏହା ନୂଆ କଥା କିଛି ନୁହେଁ ।
ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବଡ଼ ଦାବି । ଖୁବଶୀଘ୍ର ବିଜେପିରେ ମିଶିବେ ବିଜେଡିର ଆଉ ଦୁଇ ସାଂସଦ
କେବଳ ସେତିକି ନୁହେଁ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ବୋଲି ବଡ଼ ଦାବି କରିଛନ୍ତି ଅଶୋକ ମହାନ୍ତି। ପୂର୍ବରୁ ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ଏବେ ଅନ୍ୟ ବିଜେଡି ସାଂସଦ ବିଜେପିରେ ସାମିଲ ହେବେ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ।
/kanak/media/media_files/2024/12/12/2EJbDJK2ZoKiniaMAWO3.jpg)