କନକ ବ୍ୟୁରୋ: ବିଜେପି ବିଧାୟକଙ୍କ ବଡ଼ ବୟାନ। ଖୁବଶୀଘ୍ର ବିଜେଡିର ଆଉ ୨ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି କହିଛନ୍ତି ବିଧାୟକ ଅଶୋକ ମହାନ୍ତି। ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ବିଜେପିରେ ମିଶିବେ ବୋଲି ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ। କେବଳ ସେତିକି ନୁହେଁ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ବୋଲି ବଡ଼ ଦାବି କରିଛନ୍ତି ଅଶୋକ ମହାନ୍ତି। ତେବେ ପୂର୍ବରୁ ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ଅନ୍ୟ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହେବେ ବୋଲି ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ। ତେବେ କିଏ ସେହି ବିଧାୟକ ଏହାକୁ ନେଇ ଚର୍ଚ୍ଚା ଜୋର ଆରମ୍ଭ ହୋଇଯାଇଛି। ସେପଟେ ବିଜେପି ବିଧାୟକଙ୍କ  ଏ ଦାବିକୁ ଗୁଜବ ବୋଲି କହିଛନ୍ତି ବିଜେଡି ସାଂସଦ ନିରଞ୍ଜନ ବିଶି।