କନକ ବ୍ୟୁରୋ: ଓଡ଼ିଶାରେ ମିଶନ ମୋଡ୍ରେ ସଦସ୍ୟତା ଅଭିଯାନ ଚଳାଇଛି ବିଜେପି । ଖୁବଶୀଘ୍ର ଏକ କୋଟି ସଦସ୍ୟ ଛୁଇଁବା ନେଇ ଲକ୍ଷ୍ୟ । ତଥ୍ୟ ଅନୁସାରେ ବିଜେପିର ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନରେ ଓଡ଼ିଶା ଯୁବମୋର୍ଚ୍ଚା ଦ୍ୱିତୀୟ ସ୍ଥାନରେ ରହିଛି । ଯୁବକଙ୍କୁ ଆକୃଷ୍ଠ କରିବା ସହ ନୂଆ କଲେଜ ଆସୁଥିବା ପିଲାଙ୍କୁ ସଦସ୍ୟ ବନାଇବା ପାଇଁ ଅଭିଯାନ ଚଳାଇଛି ବିଜେପି ଯୁବମୋର୍ଚ୍ଚା । ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ ଯୋଗଦେବା ସହ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବାକୁ ଆହ୍ୱାନ କରିଛନ୍ତି ବିଜେପି ନେତା ବିଭୁତି ଭୂଷଣ ଜେନା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଜେପି ଯୁବମୋର୍ଚା ପୂର୍ବତନ ସଭାପତି ଉମାକାନ୍ତ ପଟ୍ଟନାୟକଙ୍କ ସମେତ ଯୁବମୋର୍ଚ୍ଚା ଭୁବନେଶ୍ୱର ସଭାପତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଚଳିତ ସଦସ୍ୟତା ଅଭିଯାନରେ ଯୁବମୋର୍ଚା ୧୦ ଲକ୍ଷ ସଦସ୍ୟ ସାମିଲ ନେଇ ଟାର୍ଗେଟ ରହିଛି ।
ମିଶନ ମୋଡରେ ବିଜେପିର ସମସ୍ୟତା ଅଭିଯାନ । ଖୁବଶୀଘ୍ର ଏକ କୋଟି ସଦସ୍ୟ ଛୁଇଁବା ଲକ୍ଷ୍ୟ ।
ଯୁବକ ଓ କଲେଜ ଛାତ୍ରଙ୍କୁ ଆକୃଷ୍ଠ କରିବାକୁ ଯୋଜନା । ସଦସ୍ୟତା ଅଭିଯାନରେ ଦ୍ବିତୀୟରେ ରହିଛି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା । ଖୁବଶୀଘ୍ର ଏକ କୋଟି ସଦସ୍ୟ ଛୁଇଁବା ଲକ୍ଷ୍ୟ ।