କନକ ବ୍ୟୁରୋ: ଦିଲ୍ଲୀରେ ବଦଳିବ ସରକାର! ଝାଡୁ ହଟିବ, ପଦ୍ମ ଫୁଟିବ! ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଏକଜିଟ ପୋଲ୍ ରିପୋର୍ଟ, ଏଭଳି କିଛି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁଥିବା ଦେଖିବାକୁ ମିଳୁଥିବାବେଳେ, ଆମ୍ ଆଦମୀ ପାର୍ଟି ସରକାରରୁ ହଟୁଥିବା ଦେଖିବାକୁ ମିଳୁଛି ।
ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ଥିବାବେଳେ, ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ୩୫ରୁ ୪୦ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଯାହାକି ସରକାର ଗଠନ କରିବାକୁ ଯଥେଷ୍ଟ ହେବ । ଅନ୍ୟପଟେ ଆପ୍ କିନ୍ତୁ ଏଥର ନିର୍ବାଚନରେ ବଡ଼ କ୍ଷତି ସହିପାରେ ବୋଲି ଏକଜିଟ୍ ପୋଲରେ ଦେଖିବାକୁ ମିଳୁଛି । ତେଣୁ ଏକଜିଟ୍ ପୋଲ୍ ଯଦି ଏକଜାଟ୍ ପୋଲ୍ ହୁଏ, ତେବେ ଦିଲ୍ଲୀରେ ସତ୍ତାର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
କାହାକୁ କେତେ ମିଳିପାରେ ସିଟ୍?
ଚାଣକ୍ୟ
/kanak/media/media_files/2025/02/05/exit-poll-2.png)
ପିପୁଲ୍ସ ପଲ୍ସ
/kanak/media/media_files/2025/02/05/exit-poll-5.png)
ପିପୁଲ୍ସ ଇନସାଇଟ୍
/kanak/media/media_files/2025/02/05/exit-poll-6.png)
ମାଟ୍ରିଜ୍
/kanak/media/media_files/2025/02/05/exit-poll-1.png)
ପୋଲ୍ ଡାଏରୀ
/kanak/media/media_files/2025/02/05/exit-poll-3.png)
ଦିଲ୍ଲୀ ନିର୍ବାଚନର ଇତିହାସ
ଦିଲ୍ଲୀରେ ଏବେ ଆମ୍ ଆଦମୀ ପାର୍ଟିର ସରକାର ଅଛି, ଆଉ କେଜ୍ରିଓ୍ୱାଲଙ୍କ ପରେ ଏଠାରେ ଅତିଶୀ ମୁଖ୍ୟମନ୍ତ୍ରୀ ଆସନରେ ଅଛନ୍ତି । ଆପ୍ ଦିଲ୍ଲୀରେ ଲଗାତାର ତିନି ଥର ସରକାର ଗଢିଛି । ୨୦୧୩, ୨୦୧୫,୨୦୨୦ରେ ଲଗାତାର ଦିଲ୍ଲୀରେ ସରକାର ଗଠନ କରିଥିଲା ଆପ୍ । ଆଉ ମୁଖ୍ୟମନ୍ତ୍ରୀ ବନିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ତେବେ ମଦ ଦୁର୍ନୀତି ମାମଲାରେ ଆପ୍ ନେତା ଫସିବା, ଦଳ ପାଇଁ ବଡ଼ ଘାଟା ସାବ୍ୟସ୍ତ ହେଇଛି । ଆଉ ଯେଉଁ କାରଣରୁ ଏଥର ଦିଲ୍ଲୀରେ ବିଜେପିର ବନବାସ ଶେଷ ହେଇପାରେ ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି ।
ରାଜନୈତିକ ପଣ୍ଡିତମାନଙ୍କର କହିବା ମୁତାବକ, ଆପ୍ ପାଇଁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା, ଆପର ଅନେକ ନେତା ଦୁର୍ନୀତି ମାମଲାରେ ଫସିବା, କେଜ୍ରିଓ୍ୱାଲ ଜେଲ ଯିବା ଆଦି ପ୍ରସଙ୍ଗରେ ସରକାର ବ୍ୟାକଫୁଟରେ ଥିଲା । ତେଣୁ ବିଜେପିକୁ ଚୁପ୍ କରିବା ପାଇଁ ଲୋକଙ୍କ ଆସ୍ଥା ଜିତିବା ଆପ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା । ହେଲେ ଏଥର କିନ୍ତୁ ଏକଜିଟ୍ ପୋଲରେ ଦିଲ୍ଲୀରେ ବିଜେପି ସରକାର ଗଢିବା ନେଇ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/02/05/bFpOvqqXvrRAo49Eqr6s.jpg)