ସୁଭଦ୍ରାରେ ପୁରୁଷ ଆବେଦନକାରୀ ବିଜେପି କର୍ମୀ : ପ୍ରମିଳା ମଲ୍ଲିକ

ସୁଭଦ୍ରାରେ ପୁରୁଷ ଆବେଦନକାରୀ ବିଜେପି କର୍ମୀ। ୧୫୭ ନୁହେଁ ବରଂ ହଜାରେରୁ ଅଧିକ ପୁରୁଷ କରିଛନ୍ତି ଆବେଦନ । ସେମାନଙ୍କ ନାଁରେ ଆସିଛି ଟଙ୍କା। ଏହା କିପରି ହେଲା ? ତଦନ୍ତ ଦାବି କରିଛି ବିଜେଡି

subhadra bjd

subhadra bjd Photograph: (kanaknews)

କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବିଜେଡି କରିଛି ବଡ ଖୁଲାସା।  ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନ କରିଥିବା କହିଥିଲେ। ଏହାକୁ ନେଇ ଏବେ ବିଜେଡି କରିଛି ଖୋଳତାଡ। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କରିଛନ୍ତି ଖୁଲାସା। 

 ପ୍ରମିଳା କହିଛନ୍ତି, ସୁଭଦ୍ରା ଯୋଜନାରେ ହେଉଁ ପୁରୁଷମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବଜେପି କର୍ମୀ। ପ୍ରକୃତରେ ୧୫୭ ନହଁନ୍ତି ବରଂ ହଜାରେରୁ ଅଧିକ ପୁଚରୁଷ ଏଥିର୍ପା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ନାଁରେ ଟଙ୍କା ବି ଆସିସାରିଛି। ଏହା କିଛି ସମ୍ଭବ ହେଲା? ଏନେଇ ତଦନ୍ତ କରିବାକୁ ଦାବି କରିଛି ବିଜେଡି।

ପୂର୍ବରୁ ପ୍ରଭାତୀ ପରିଡା କହିଥିଲେ,  ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ରହିଛନ୍ତି ପୁରୁଷ ଆବେଦନକାରୀ । ଏହାକୁ ଧରାଇଦେଇଛି ଆଧାରକାର୍ଡ ଓ ବ୍ୟାଙ୍କ ଖାତା ସଂଯୋଗୀକରଣ । ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନକାରୀ ଥିବା ଜଣାପଡ଼ିଛି । ତାଙ୍କ ସୂଚନା ମୁତାବକ,  କେତେକ ପରିସ୍ଥିତିରେ ପୁରୁଷ ଓ ମହିଳାଙ୍କ ନାମ ସମାନ ଥାଏ । ଏମିତି ନାମର ବନାନ (ସ୍ପେଲିଂ) ମଧ୍ୟ ସମାନ ଥାଏ । ଯେତେବେଳେ ବ୍ୟାଙ୍କ ଖାତା ଓ ଆଧାରକାର୍ଡକୁ ଲିଙ୍କ୍ କରାଗଲା ସେତେବେଳେ ଏହା ସାମ୍ନାକୁ ଆସିଲା । ମୋଟ ୧୫୭ ଜଣ ପୁରୁଷ ଆବେଦନକାରୀ ରହିଛନ୍ତି । ସମସ୍ତଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହା ଏକ ତ୍ରୁଟି ହୋଇଥାଏ ପାରେ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe