ବିଜେପି ନେତାଙ୍କୁ ହାଇୱା ଦଳିଦେବା ମାମଲା । ଅଭିଯୁକ୍ତ ବାରମ୍ବାର କଥା ବଦଳାଉଥିବାରୁ ବଢୁଛି ସନ୍ଦେହ ।

Advertisment

ଅଭିଯୁକ୍ତ ଡ୍ରାଇଭରକୁ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ବୁର୍ଲା ପୋଲିସ । ବାରମ୍ବାର କଥା ବଦଳାଉଥିବାରୁ ବଢୁଛି ସନ୍ଦେହ ।

ଅଭିଯୁକ୍ତ ଡ୍ରାଇଭରକୁ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ବୁର୍ଲା ପୋଲିସ । ବାରମ୍ବାର କଥା ବଦଳାଉଥିବାରୁ ବଢୁଛି ସନ୍ଦେହ ।

ନେତାଙ୍କୁ ହତ୍ୟା, ଡ୍ରାଇଭରକୁ ଜେରା

ନେତାଙ୍କୁ ହତ୍ୟା, ଡ୍ରାଇଭରକୁ ଜେରା Photograph: (kanaknews)

କନକ ବ୍ୟୁରୋ : ସମ୍ବଲପୁରରେ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ମାମଲାର ଅଭିଯୁକ୍ତ ଡ୍ରାଇଭରଙ୍କୁ ରିମାଣ୍ଡରେ ନେଲା ପୋଲିସ । ଆଜି ଅଭିଯୁକ୍ତକୁ ପ୍ରଥମେ ବୁର୍ଲା ଥାନାକୁ ନେଇ ପୋଲିସ ପଚରାଉଚରା କରାଯାଉଛି। ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ ।

ପୋଲିସ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ୩ଦିନ ରିମାଣ୍ଡ ପାଇଁ ଅନୁମତି ମିଳିଛି। ତେବେ ରିମାଣ୍ଡରେ ପଚରାଉଚରା ପରେ ସାମ୍ନାକୁ ଆସିପାରେ ହତ୍ୟାକାଣ୍ଡର ସତ। ହତ୍ୟା ଷଡ଼ଯନ୍ତ୍ରର ଏକ ବଡ଼ ସୁରାକ ପାଇଛି ବୁର୍ଲା ପୁଲିସ । ଅଭିଯୁକ୍ତ ଫୋନ ବ୍ୟବହାର କରୁ ନଥିବା ନେଇ ମଧ୍ୟ ପୋଲିସର ସନ୍ଦେହ ବଢ଼ିଛି ।

ଅଭିଯୁକ୍ତ ଫୋନ ବ୍ୟବହାର କରୁଥିଲା ନା ହତ୍ୟାକାଣ୍ଡ ପରେ, ତାହାକୁ ଫୋପାଡ଼ି ଦେଇଛି । ନା କେଉଁ ସତ ଚାପିବାକୁ ଉଦ୍ୟମ ଚାଲିଛି ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତର ବୟାନରେ ମଧ୍ୟ ତାଳମେଳ ରହୁନାହିଁ। ତେଣୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe