ପ୍ରସନ୍ନଙ୍କୁ ଟାର୍ଗେଟ କଲେ ସମୀର; କହିଲେ, ବିଜେପିର ଯୋଜନାକୁ ସହିପାରୁନି ବିଜେଡି

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେପି ନେତା ସମୀର ମହାନ୍ତିଙ୍କ ଟାର୍ଗେଟ୍ । କହିଲେ, ବିଜେପିର ଲୋକ କଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ଦେଉଛନ୍ତି ମନ୍ତବ୍ୟ । ଓଡ଼ିଶାକୁ ୪ ମୁଖ୍ୟମନ୍ତ୍ରୀ ଚଳାଉଥିବା ମନ୍ତବ୍ୟ ଦେଇଥିଲେ ପ୍ରସନ୍ନ ।

45prasanna

କନକ ବ୍ୟୁରୋ:  ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଟାର୍ଗେଟ୍ । ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି । ବିଜେପି ଲୋକକଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ବିଜେଡି ବିଧାୟକ ଏଭଳି ମନ୍ତବ୍ୟ ଦେଉଥିବା କହିଛନ୍ତି ସମୀର ମହାନ୍ତି । 

ବିଜେଡି ପରାଜୟ ଠାରୁ ଆରମ୍ଭ କରି ଦଳରେ ଥିବା କନ୍ଦଳ କଥା କହି ଜୋରଦାର ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା । କିଛି ଦିନ ତଳେ ବିଜେଡି ପଦଯାତ୍ରାରେ ବିଜେପି ସରକାରକୁ ନେଇ କଟାକ୍ଷ କରିଥିଲେ ରେଢାଖୋଲ ବିଧାୟକ ପ୍ରସନ୍ନ ମହାନ୍ତି । କହିଥିଲେ, ଓଡ଼ିଶାକୁ ଚଲାଉଛନ୍ତି ୪ ମୁଖ୍ୟମନ୍ତ୍ରୀ । ଏଠି କିଛି, ଦିଲ୍ଲୀରେ କିଛି ନେତା ଥିବା କହି କରିଥିଲେ କଟାକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe