ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା; ପୂରା ଅଞ୍ଚଳରେ କୋକୁଆ ଭୟ

Advertisment

ଅଶାନ୍ତ ବ୍ରହ୍ମପୁର  । ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ । ସ୍କୁଟିରେ ଘରକୁ ଫେରିବା ବେଳେ ବ୍ରହ୍ମାନଗର ଘର ନିକଟରେ ଗୁଳି କରି ଫେରାର୍ ଦୁର୍ବୃତ୍ତ । ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଆଇଜି ଓ ଗଞ୍ଜାମ ଏସପିଙ୍କ ଛାନଭିନ୍ ।

ଅଶାନ୍ତ ବ୍ରହ୍ମପୁର  । ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ । ସ୍କୁଟିରେ ଘରକୁ ଫେରିବା ବେଳେ ବ୍ରହ୍ମାନଗର ଘର ନିକଟରେ ଗୁଳି କରି ଫେରାର୍ ଦୁର୍ବୃତ୍ତ । ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଆଇଜି ଓ ଗଞ୍ଜାମ ଏସପିଙ୍କ ଛାନଭିନ୍ ।

071025_HEADLINE_6AM_02.00_41_33_09.Still001

କନକ ବ୍ୟୁରୋ: ଗାଡ଼ିରେ ଆସିଲେ, ଗୁଳି କରି ଚାଲିଗଲେ । ବ୍ରହ୍ମପୁର ସହର ବୈକୁଣ୍ଠ ନଗର ‘ମୋ କୁଡ଼ିଆ’ ହୋଟେଲ ପାଖରେ ଗତ  ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । 

ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ । ଘର ପାଖରେ ପହଞ୍ଚିଲା ବେଳକୁ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ଗଳି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି ପୁଲିସ । ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଓ ଗଞ୍ଜାମ ଏସପିଙ୍କ ସମେତ ପୂରା ଟିମ୍ ଗୁଳିମାଡ଼ ହୋଇଥିବା ସ୍ଥାନରେ ପହଞ୍ଚି ଛାନଭିନ୍ କରିଛନ୍ତି । କିଏ ଓ କାହିଁକି ପୀତବାସଙ୍କୁ ହତ୍ୟା କଲା, ତାର କାରଣ ଜଣାପଡୁନି । ପାଖାପାଖି ଅଞ୍ଚଳରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ତଦନ୍ତ ଚଳାଇଛି । ରାତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଆଜି ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe