କନକ ବ୍ୟୁରୋ: ବିଜେପି ନେତା ରମେଶ ବିଧୁରୀଙ୍କ ପାଟିରେ ବାଡବତା ନାହିଁ । କଣ କହୁଛନ୍ତି ବୋଧ ହୁଏ କିଛି ଜାଣିପାରୁନାହାଁନ୍ତି । କେବେ ପ୍ରିୟଙ୍କାଙ୍କ ଗାଲ ପରି ରାସ୍ତା ବନାଇବା କଥା କହୁଛନ୍ତି ଆଉ କେବେ ମୁଖ୍ୟମନ୍ତ୍ରୀ ଆତୀଶି ତାଙ୍କ ବାପା ପରିବର୍ତ୍ତନ କରିଦବା କଥା କହୁଛନ୍ତି। ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେଇ ଚାରିଆଡୁ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ମାମଲା ଥମି ନଥିବାବେଳ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତୀଶିଙ୍କୁ ଆପତ୍ତିଜନକ ବୟାନ ଦେଇଛନ୍ତି ଏହି ନେତା । ପ୍ରିୟଙ୍କାଙ୍କ ପରେ ମୁଖ୍ୟମନ୍ତ୍ରୀ ଆତୀଶିଙ୍କୁ ଟାର୍ଗେଟ କରିଛନ୍ତି କାଲକାଜି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ହୋଇଥିବା ରମେଶ ବିଧୁରୀ ।
ଆତୀଶିଙ୍କୁ ଟାର୍ଗେଟ କରି କହିଲେ ସେ ତାଙ୍କ ବାପା ପରିବର୍ତ୍ତନ କରିସାରିଛନ୍ତି । ରୋହିଣିରେ ବିଜେପିର ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରିବା ସମୟରେ ବିଧୁରୀ କହିଥିଲେ ‘ଆତୀଶି ତାଙ୍କ ସାଙ୍ଗିଆ ମାର୍ଲେନାକୁ ବଦଳାଇ ସିଂ କରିଦେଲେ। ଏବେ ଆତିଶୀ ମାର୍ଲେନାରୁ ସିଂ ହୋଇଯାଇଛନ୍ତି। ସାଙ୍ଗିଆ ପରିବର୍ତ୍ତନ କରି ନିଜର ବାପା ପରିବର୍ତ୍ତନ କରିଦେଇଛନ୍ତି ଆତୀଶ । ଖୋଲା ମଞ୍ଚରେ ବିଧୁରୀ ଏପରି ଆପତ୍ତିଜନକ ମନ୍ତବ୍ୟ ଆତିଶୀଙ୍କୁ ନେଇ କହିଥିଲେ।
ଏହାର କିଛି ଘଣ୍ଟା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ଛାଡି ନଥିଲେ । ତାଙ୍କୁ ମଧ୍ୟ ଆପତ୍ତିଜନକ କଥା କହିଥିଲେ ରମେଶ ବିଧୁରୀ । ନିର୍ବାଚନ ଜିତିଲେ 'ପ୍ରିୟଙ୍କା ଗାନ୍ଧିଙ୍କ ଗାଲ' ଭଳି ରାସ୍ତା କରିବି। କାଲକାଜିର ସବୁ ରାସ୍ତା ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ କରିଦେବି ବୋଲି କହିଥିଲେ ବିଧୁରୀ । ଏହି ଭିଡିଓ ବେଶ ଭାଇରାଲ ହେବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା । ଶେଷରେ ନିଜର ବୟାନକୁ ନେଇ କ୍ଷମାପ୍ରାର୍ଥନା କରିଥିଲେ ବିଜେପିର ଏହି ବିବାଦୀୟ ନେତା ।
ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଭଳି ବୟାନକୁ ନେଇ ଉଭୟ କଂଗ୍ରେସ ଓ ଆପ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ରମେଶଙ୍କ ଘୃଣ୍ୟ ବୟାନ କେବଳ ପ୍ରିୟଙ୍କା ଗାନ୍ଧୀ ନୁହେଁ ବରଂ ଦେଶର ନାରୀ ସମାଜ ପ୍ରତି ଅପମାନ ବୋଲି କଂଗ୍ରେସ କହିଥିଲା । ସେପଟେ ଏଭଳି ନେତାଙ୍କ ହାତରେ ଦିଲ୍ଲୀ ମହିଳାଙ୍କ ଭବିଷ୍ୟତ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି ଆମ୍ ଆଦମୀ ପାର୍ଟି । ଏବେ ମୁଖ୍ୟମନ୍ତ୍ରୀ ଆତୀଶିଙ୍କୁ ନେଇ କରିଥିବା ବୟାନବାଜି ରମେଶ ବିଧୁରୀଙ୍କୁ ପୁଣି ବାବାଦକୁ ଟାଣିଛି। ତେବେ ରାଜାନୖତିକ ମହଲରେ ଚର୍ଚ୍ଚା ହେଉଛି ଯେ ଆଗକୁ ଦିଲ୍ଲୀ ନିର୍ବାଚନ । ଆଉ ଏହି ନିର୍ବାଚନରେ ବିବାଦୟୀ ବୟାନ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କାଲକାଜୀ ଆସନର ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ।