ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ ଘଟଣା: କିଏ ଓ କାହିଁକି ମାରିଲା ଗୁଳି, କାରଣ ଅସ୍ପଷ୍ଟ

ଗୁଳିକାଣ୍ଡସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୁଲିସ ।

ବିଜେପି ନେତାଙ୍କୁ ମାରିଲା କିଏ?

ବିଜେପି ନେତାଙ୍କୁ ମାରିଲା କିଏ? Photograph: (Kanaknews)

କନକ ବ୍ୟୁରୋ: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ ଓ କାହିଁକି କଲା ହତ୍ୟା, ତାହା ଜଣାପଡିନାହିଁ। ବୈକୁଣ୍ଠନଗର ପ୍ରଥମ ଗଳିରେ ଘଟିଛି ଗୁଳିକାଣ୍ଡ। ଯେଉଁଠି ଗୁଳିମାଡ଼ ହୋଇଛି, ସେହି ସ୍ଥାନରେ କୌଣସି ସିସିଟିଭି କ୍ୟାମେରା ନାହିଁ । କିନ୍ତୁ ପାଖରେ ଥିବା ଏକ ହୋଟେଲ, ପୀତବାସଙ୍କ ଘର ଓ ଆଖପାଖରେ କିଛି ସିସିଟିଭି କ୍ୟାମେରା ଲାଗିଛି । ଅଭିଯୁକ୍ତମାନେ କେଉଁ ରାସ୍ତାରେ ଗଲେ ଓ ଗାଡ଼ି ନମ୍ବର ଆଦି ଏସବୁ ସିସିଟିଭିରେ କଏଦ ହୋଇଥିବ ବୋଲି ଅନୁମାନ କରାଯାଉଛି । ଏହି ଆଧାରରେ ପୁଲିସ ତଦନ୍ତ ଆଗକୁ ବଢୁଛି ।

ବ୍ରହ୍ମପୁର ସହର ବୈକୁଣ୍ଠ ନଗର ‘ମୋ କୁଡ଼ିଆ’ ହୋଟେଲ ପାଖରେ ଗତ  ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତ ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ। ଘର ପାଖରେ ପହଞ୍ଚିଲା ବେଳକୁ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ଗଳି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରାତିରେ ମୃତଦେହ ବ୍ୟବଛେଦ କରାଯାଇଛି । ଆଜି ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe