କନକ ବ୍ୟୁରୋ : ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବଡ଼ ଅପଡେଟ୍‌ । ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡଙ୍କ ନିକଟତର ହୋଇଛି ପୁଲିସ । ବଡ଼ ସୁରାକ ସହ ସହରର ଜଣାଶୁଣା କର୍ପୋରେଟରଙ୍କୁ ପୁଲିସ ଉଠାଇ ନେଇଛି । ଶନିବାର ରାତିରେ ସମ୍ପୃକ୍ତ କର୍ପୋରେଟରଙ୍କୁ ତାଙ୍କ ଘରୁ ପୁଲିସ ଉଠାଇ ନେଇ ଜେରା କରୁଛି । ବ୍ରହ୍ମପୁର ପୁଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ଅଟକ କର୍ପୋରେଟରଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା ଚଳାଇଛି ।

Advertisment

ସେହିପରି ବିଳମ୍ବିତ ରାତିରେ ଏସ୍‌ପି ଡ. ଶରବଣା ବିବେକ ଏମ୍‌ଙ୍କ ନେତୃତ୍ୱରେ ୧୦ଜଣିଆ ଟିମ୍‌ ଖଲ୍ଲି‌କୋଟ ଓ ଲଙ୍ଗଳଦେଇପୁରରେ ଚଢ଼ଉ କରି ୨ଦୁର୍ଦ୍ଦାନ୍ତ ଅପରାଧୀକୁ ଉଠାଇ ଆଣିଛନ୍ତି । ପୀତବାସଙ୍କ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡକୁ ପୁଲିସ ଖୋଜି ପାଇଥିବା କୁହାଯାଉଛି । ପୀତବାସ ହତ୍ୟାକାଣ୍ଡରେ ସେମାନଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି ।