କନକ ବ୍ୟୁରୋ :  ସମ୍ବଲପୁରରେ ବିଜେପି ନେତାଙ୍କୁ ହାଇୱା ଦଳି ହତ୍ୟା ଘଟଣା ।  ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣା ପରର ସାଂଘାତିକ ସତ । ବିଜେପି ନେତାଙ୍କୁ ହାଇୱା ବାରମ୍ବାର ଧକ୍କା ଦେବା ପରେ ନିଜେ ପ୍ରସନ୍ନ ହାଇୱାରୁ ଓହ୍ଲାଇ ଆସିଥିଲା । ବିଜେପି ନେତାଙ୍କ ମୃତ୍ୟୁ ହୋଇଛି କି ନାହିଁ ଚେକ୍ କରିଥିଲା ।

Advertisment

ପରେ ହାତରେ ଏକ ଇଟା ଧରି ଦୁର୍ଘଟଣା ଶିକାର ବିଜେପି ନେତାଙ୍କ ପାଖକୁ ଯାଇଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ପୋଲିସ ଆଗରେ ମିଛ କହୁଛି ଡ୍ରାଇଭର । ଇଚ୍ଛା ହେଲା ବୋଲି ମାରିଦେଲି ବୋଲି କାହିଁକି କହିଥିଲା । ବାରମ୍ବାର ବୟାନ ବଦଳାଉଥିବାରୁ ଡ୍ରାଇଭରକୁ ନେଇ ସନ୍ଦେହରେ ବୁର୍ଲା ପୋଲିସ ।