କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ପୁଣି ସମାଜବାଦୀ ପାର୍ଟିକୁ ଫେରିପାରନ୍ତି । ବିଜେପି ତରଫରୁ ତାଙ୍କୁ ଉତ୍ତର ପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ହେଲେ ସେ ସେଥିରେ ଅସନ୍ତୋଷ୍ଟ ହୋଇ ପଦଭାର ଗ୍ରହଣ କରିନାହାଁନ୍ତି । ଏହାସହ ସେ ସମାଜବାଦୀ ପାର୍ଟି ନେତା ତଥା ମୁଲାୟମ ସିଂ ଯାଦବଙ୍କ ଭାଇ ଶିବପାଲ ସିଂ ଯାଦବଙ୍କୁ ଭେଟିଛନ୍ତି । ଆଗକୁ ଉତ୍ତର ପ୍ରଦେଶର ୧୦ ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ହେଲେ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଯେଭଳି ଭାବେ ବିଜେପିକୁ ଟକ୍କର ଦେଲା ତାହା ଏବେ ବିଜେପିର ଦୁର୍ବଳତାକୁ ପଦାରେ ପକାଇଛି । ଏହାସହ ମୁଲାୟମଙ୍କ ପରିବାରରୁ ଜଣେ ମହିଳାଙ୍କୁ ବିଜେପି ଦଳରେ ସାମିଲ କରି ଯେଉଁ ରାଜନୈତିକ ପୃଷ୍ଟଭୂମୀ ତିଆରି କରିଥିଲା ତାହାର ପ୍ରତିଶୋଧ ନେଇପାରେ ସମାଜବାଦୀ ପାର୍ଟି । ହେଲେ ଅପର୍ଣ୍ଣା ଯାଦବ ବିଜେପି ଛାଡିବା କିମ୍ବା ସମାଜବାଦୀ ପାର୍ଟିରେ ଯୋଗଦେବା ନେଇ କୌଣସି ଅଧିକାରୀକ ବୟାନ ଦେଇନାହାଁନ୍ତି । 

Advertisment

ସେପଟେ ଅପର୍ଣ୍ଣାଙ୍କୁ ବୁଝାଇବାକୁ ଯୋଗୀ ସରକାରଙ୍କ ପରିବହନମନ୍ତ୍ରୀ ଦୟାଶଂକର ସିଂ ତାଙ୍କୁ ଭେଟିଛନ୍ତି । ଅପର୍ଣ୍ଣା ଯାଦବ ୨୦୧୭ ମସିହାରେ ସମାଜବାଦୀ ପାର୍ଟି ଟିକେଟରୁ କେଣ୍ଟ ଆସନରୁ ନିର୍ବାଚନ ଲଢିଥିଲେ । ହେଲେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇଥିଲେ । ପାଖାପାଖି ଅଢେଇ ବର୍ଷ ହେବ ସେ ବିଜେପିରେ ଥିଲେ ବି ଦଳ ତାଙ୍କୁ କୌଣସି ପଦ ପଦବୀ ଦେଇନାହିଁ ।