କନକ ବ୍ୟୁରୋ: SI ପରୀକ୍ଷା କେଳେଙ୍କାରୀ ନେଇ ବିଜେଡିର ଆନ୍ଦୋଳନ ପରେ କଡ଼ା ଜବାବ ରଖିଲା ବିଜେପି । ବିଜେଡ଼ି ନେତା ସୁବ୍ରତ ଛାଟୋଇଙ୍କ ପୋଲ ଖୋଲିଲେ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ସେ କହିଛନ୍ତି, ଏବେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୧୩ ଜଣ ଗୋଟିଏ ଇନଷ୍ଟିଚ୍ୟୁଟର ନାଁ କହିଛନ୍ତି । ଆଉ ଏହି ଇନଷ୍ଟିଚ୍ୟୁଟର ପ୍ରମୋସନ ଲାଇନ୍ ଥିଲା ‘ସରକାରୀ ଚାକିରି ଥୁଆ ହୋଇଛି’। 

Advertisment

ବିଜେଡି ନେତାଙ୍କୁ ଟାର୍ଗେଟ୍ କରି ଅଭିଳାଷ ଆହୁରି ମଧ୍ୟ କହିଛନ୍ତି ଏହି ଇନଷ୍ଟିଚ୍ୟୁଟର ମାଲିକ ନିଜେ ଫେସବୁକ୍ ପୋଷ୍ଟ କରି ପ୍ରଚାର କରୁଛନ୍ତି । ଏହାସହ ଧରାପଡ଼ିଥିବା ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ ବିଭିନ୍ନ ବିଜେଡି ନେତାଙ୍କ ସହ ସମ୍ପର୍କ ଅଛି । ତେବେ ବିଜେଡି ନେତାଙ୍କ ସହ ଥିବା ଫଟୋ ଦେଖାଇ ପ୍ରମାଣ ଦେଇଛି ବିଜେପି । ଅନ୍ୟପଟେ ବିଜେପି ସରକାରର ପ୍ରଶଂସା କରି ଅଭିଳାଷ କହିଛନ୍ତି, ବିଜେପି ସରକାରରେ କେବେ ବି ଦୁର୍ନୀତିକୁ ପ୍ରଶୟ ଦିଆଯାଏ ନାହିଁ । OTET ପରୀକ୍ଷା ଦୁର୍ନୀତିରେ ବଡ଼ ବଡ଼ ଅଧିକାରୀଙ୍କୁ ଜେଲ ପଠାଇଲା ବିଜେପି ସରକାର । ସରକାର ଗଠନ ହେବାଠାରୁ ଆଜି ଯାଏଁ ପ୍ରତି ଘଟଣାରେ ଦୋଷୀଙ୍କୁ ଧରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେଡ଼ି ସରକାର ଘଣ୍ଟ ଘୋଡାଉଥିଲା, କିନ୍ତୁ ବିଜେପି ସରକାର ଆକ୍ସନ ନେଉଛି ।  ତେଣୁ ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କଣ ଦରକାର ପଡ଼ିଲେ NIA ତଦନ୍ତ ବି ହେବ ବୋଲି କହିଛି ବିଜେପି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ସରକାରରେ କାହାକୁ ଗିରଫ କରାଯାଉନଥିଲା । ଯେଉଁଠି ବି ରାକେଟ ଧରାପଡୁଥିଲା, ତାଙ୍କ ଉପରେ ପୂର୍ବ ସରକାର ଆକ୍ସନ ନେଉନଥିଲେ । କାରଣ ସେଥିରେ ସିଧାସଳଖ ବିଜେଡ଼ି ନେତାଙ୍କ ସଂପୃକ୍ତି ଥିଲା । ପିଲାଙ୍କଠାରୁ ପଇସା ନେଇ ଚାକିରି ଦେବାର ଅର୍ଗାନାଇଜଡ୍ ରାକେଟ ବିଜେଡି ତିଆରି କରିଥିଲା ବୋଲି କହିଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ।