କନକ ବ୍ୟୁରୋ : କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେବା ପରେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବ୍ରିଜଭୂଷଣ ସିଂ ସେମାନଙ୍କ ଉପରେ ବାରମ୍ବାର ବିବାଦୀୟ ବୟାନ ଦେଇଚାଲିଛନ୍ତି । ଏହାକୁ ବିଜେପି ତରଫରୁ ଏକ ଚେତାବନୀ ଜାରି କରି ପୁନିଆ ଓ ଭିନେଶଙ୍କ ବିରୋଧରେ ବିବାଦୀୟ ବୟାନ ନ ଦେବାକୁ ବ୍ରିଜଭୂଷଣଙ୍କୁ ଚେତାବନୀ ଦିଆଯାଇଛି । 

Advertisment

ବଜରଙ୍ଗ ଓ ଭିନେଶ କଂଗ୍ରେସରେ ଯୋଗଦେବା ପରେ ବ୍ରିଜଭୂଷଣ ଏକ ବୟାନରେ କହିଥିଲେ କି ଏମାନେ କୁସ୍ତି କରି ନାମ କମାଇଥିଲେ ହେଲେ କଂଗ୍ରେସରୁ ନିର୍ବାଚନ ଲଢି ଏମାନେ ଅମାନତ ହରାଇବାକୁ ଯାଉଛନ୍ତି । ଏହାସହ ବ୍ରିଜଭୂଷଣ କହିଛନ୍ତି କି, ଭିନେଶ ଓ ବଜରଙ୍ଗ ବିଧାନସଭା ପହଂଚିପାରିବେ ନାହିଁ । ବିଜେପିର ଜଣେ ଜଣେ ସାଧାରଣ କର୍ମଚାରୀ ଏମାନଙ୍କୁ ପରାଜିତ କରିଦେବେ । ସୂଚନା ଥାଉକି କଂଗ୍ରେସରେ ମିଶିବା ପରେ ଭିନେଶ ଫୋଗାଟଙ୍କୁ ଜୁଲାନା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି ଓ ବଜରଙ୍ଗ ପୁନିଆଙ୍କୁ ଅଖିଳ ଭାରତୀୟ କିଷାନ କଂଗ୍ରେସର ପ୍ରମୁଖ ପଦ ମିଳିଛି । ସେ ହରିଆଣା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବେ ।