ବିଜୟ ସେଲିବ୍ରେସନ୍ ପାଇଁ ୧୦୦କିଜି ଜିଲାପି ଅର୍ଡର କରିଛି ବିଜେପି । ଉତ୍ସବରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦୀ

Advertisment

ହରିୟାଣାରେ ବାଜିମାତ୍ କରିଛି ବିଜେପି । କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ବିଜେପି । ଆଉ ଏହି ବିଜୟର ଉତ୍ସବ ପାଳନ ପାଇଁ ଦିଲ୍ଲୀ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ହରିୟାଣାରେ ବାଜିମାତ୍ କରିଛି ବିଜେପି । କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ବିଜେପି । ଆଉ ଏହି ବିଜୟର ଉତ୍ସବ ପାଳନ ପାଇଁ ଦିଲ୍ଲୀ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

BJP

କନକ ବ୍ୟୁରୋ : ହରିୟାଣାରେ ବାଜିମାତ୍ କରିଛି ବିଜେପି । କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ବିଜେପି । ଆଉ ଏହି ବିଜୟର ଉତ୍ସବ ପାଳନ ପାଇଁ ଦିଲ୍ଲୀ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ସବ ମନାଇବା ପାଇଁ ୧୦୦ କିଲୋର ଜିଲାପି ଅର୍ଡର କରାଯାଇଛି । ପରଷ୍ପର ପରଷ୍ପରକୁ ଜିଲାପି ଖୁଆଇ ବିଜୟର ଉତ୍ସବ ମନାଇବ ବିଜେପି । 

ଅନ୍ୟପଟେ ଏହି ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଉତ୍ସବରେ ସାମିଲ ହେବା ସହ ଦଳୀୟ କର୍ମୀଙ୍କ ସମ୍ବୋଧନ କରି କର୍ମୀଙ୍କ ମନବଳ ବଢାଇବେ ମୋଦୀ । ହରିୟାଣାରେ ବହୁମତ ପାଇବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଦସ୍ୟ ଏବଂ ସଚିବଙ୍କୁ ନେଇ ଏକ ବୈଠକ ଡାକିଥିଲେ । ଏହି ବୈଠକ ନଡ୍ଡାଙ୍କ ବାସଭବନରେ ବସିଥିଲା । ବୈଠକରେ ରାଜନୈତିକ ଦୃଷ୍ଟିକୋଣ ଏବଂ ନିର୍ବାଚଳ ଫଳାଫଳ ନେଇ ଆଲୋଚନା ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe