କନକ ବ୍ୟୁରୋ : ହରିୟାଣାରେ ବାଜିମାତ୍ କରିଛି ବିଜେପି । କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ବିଜେପି । ଆଉ ଏହି ବିଜୟର ଉତ୍ସବ ପାଳନ ପାଇଁ ଦିଲ୍ଲୀ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ସବ ମନାଇବା ପାଇଁ ୧୦୦ କିଲୋର ଜିଲାପି ଅର୍ଡର କରାଯାଇଛି । ପରଷ୍ପର ପରଷ୍ପରକୁ ଜିଲାପି ଖୁଆଇ ବିଜୟର ଉତ୍ସବ ମନାଇବ ବିଜେପି ।
ଅନ୍ୟପଟେ ଏହି ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଉତ୍ସବରେ ସାମିଲ ହେବା ସହ ଦଳୀୟ କର୍ମୀଙ୍କ ସମ୍ବୋଧନ କରି କର୍ମୀଙ୍କ ମନବଳ ବଢାଇବେ ମୋଦୀ । ହରିୟାଣାରେ ବହୁମତ ପାଇବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଦସ୍ୟ ଏବଂ ସଚିବଙ୍କୁ ନେଇ ଏକ ବୈଠକ ଡାକିଥିଲେ । ଏହି ବୈଠକ ନଡ୍ଡାଙ୍କ ବାସଭବନରେ ବସିଥିଲା । ବୈଠକରେ ରାଜନୈତିକ ଦୃଷ୍ଟିକୋଣ ଏବଂ ନିର୍ବାଚଳ ଫଳାଫଳ ନେଇ ଆଲୋଚନା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/4GHSPwbkQgG6La2Mtx27.jpg)