ଲିଙ୍ଗରାଜ ମନ୍ଦିରରେ ପାସ୍ ହେରାଫେରିକୁ ନେଇ ପୁଣି ଚର୍ଚ୍ଚାରେ ବିଜେପି ସରକାର । ଖୋଲାମେଲାରେ ଚଢ଼ା ଦରରେ ବିକ୍ରି ହେଲା ଜାଗର ଦର୍ଶନ ପାସ ।

Advertisment

ପାସ ଦେଖାଅ ଭିତରକୁ ଯାଅ । ପାସ ନହେଲେ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ମନା । ଏମିତି ନିୟମ ଜାରି କରିଥିଲା ପୋଲିସ ପ୍ରଶାସନ । ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ଖୋଲା ଥିଲା ଭିଆଇପିଙ୍କ ପ୍ରବେଶ ପାଇଁ

ପାସ ଦେଖାଅ ଭିତରକୁ ଯାଅ । ପାସ ନହେଲେ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ମନା । ଏମିତି ନିୟମ ଜାରି କରିଥିଲା ପୋଲିସ ପ୍ରଶାସନ । ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ଖୋଲା ଥିଲା ଭିଆଇପିଙ୍କ ପ୍ରବେଶ ପାଇଁ

ଭିଆଇପିଙ୍କ ଲାଗି ଅଡୁଆରେ ବିଜେପି

ଭିଆଇପିଙ୍କ ଲାଗି ଅଡୁଆରେ ବିଜେପି Photograph: (Kanak News )

କନକ ବ୍ୟୁରୋ: ପାସ ଦେଖାଅ ଭିତରକୁ ଯାଅ । ପାସ ନହେଲେ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ମନା । ଏମିତି ନିୟମ ଜାରି କରିଥିଲା ପୋଲିସ ପ୍ରଶାସନ । ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ଖୋଲା ଥିଲା ଭିଆଇପିଙ୍କ ପ୍ରବେଶ ପାଇଁ । ସାଥିରେ ଭିଆଇପି ପାସ ଆଣିଲେ ହିଁ ଭିତରକୁ ଛାଡୁଥିଲେ ପୋଲିସ ବାବୁ । କିନ୍ତୁ ଦକ୍ଷିଣ ଦ୍ୱାର ବାହାରେ ଭିଆଇପି ପାସର ହେଉଥିଲା ହେରଫେର । 

  • ଶିବରାତ୍ରିରେ ଭିଆଇପି ପାସ ହେରଫେର
  • ପାସ ବିକ୍ରି କଲେ ସେବାୟତ 

ଶ୍ରଦ୍ଧାଳୁଙ୍କୁ ପାସ ବିକ୍ରି କରିବା ପାଇଁ ଫସାଉଥିଲେ କିଛି ସେବାୟତ । ଗୋଟିଏ ପାସର ଦାମ ଥିଲା ୫ଶହ ଟଙ୍କା । ଅଧିକ ଲୋକ ଗଲେ ଟିକେ ରିହାତିରେ ମିଳୁଥିଲା ପାସ୍ । ଏସବୁ ଦୃଶ୍ୟ କଏଦ ହୋଇଥିଲା କନକ ନ୍ୟୁଜ୍ କ୍ୟାମେରା ଲେନ୍ସରେ। ଆଉ କ୍ୟାମେରା ଦେଖି ଦୂରକୁ ପଳାଉଥିଲେ ସେବାୟତ। ପାସ ବିକ୍ରି ନେଇ ପଚାରିଲେ କ୍ୟାମେରା ଏଡାଇ ଚାଲିଯାଉଥିଲେ।

  • ପାସକୁ ନେଇ ଅଡୁଆରେ ବିଜେପି
  • ପ୍ରଥମେ ବାରବାଟୀ ଏବେ ଲିଙ୍ଗରାଜରେ ପାସ ହେରଫେର

ବାରବାଟୀ ଏକ ଦିବୟୀୟ କ୍ରିକେଟ ମ୍ୟାଚବେଳେ ପାସ ଓ ଟିକେଟ ହେରଫେର ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ବାରବାଟୀ ଷ୍ଟାଡିୟମର ପ୍ରାୟ ୩୦ ହଜାର ପାସକୁ ଭିଆଇପିଙ୍କୁ ବାଣ୍ଟି ଦେଇଥିଲେ ଓସିଏ କର୍ତ୍ତୁପକ୍ଷ। ଯାହାକୁ ନେଇ ନିରାଶ ହୋଇଥିଲେ ହଜାର ହଜାର କ୍ରୀଡା ପ୍ରେମୀ। ଆଉ ଏବେ ଲିଙ୍ଗରାଜ ମନ୍ଦିରର ଭିଆଇପି ପାସ୍ ହେରଫେରକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ । ତେବେ ଲିଙ୍ଗରାଜ ପାସ ହେରଫେର ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେପି ବିଧାୟକ। 

ତେବେ ସେବାୟତ ବିକ୍ରି କରୁଥିବା ଏହି ପାସ ହେଉଛି ଭିଆଇପି ପାସ । ସେବାୟତଙ୍କ ପରିବାର ସମେତ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥିଲା ଏହି ପାସ । ତେବେ ପ୍ରଶ୍ନ ଉଠୁଛି, କିଛି ହାତ ଗଣତି ସେବାୟତଙ୍କ ପାଖରେ କେମିତି ଆସିଲା ଏତେ ପରିମାଣର ଭିଆଇପି ପାସ ? ପୋଲିସ ଉପସ୍ଥିତିରେ ପାସ ବିକ୍ରି ହେଉଥିଲେ ବି ଏସବୁ ଦେଖି କାହିଁକି ଚୁପ ଥିଲା ପୋଲିସ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe