ବିଜେପିକୁ ଡବଲ୍ ଝଟକା! ହରିୟାଣା-ଜାମ୍ମୁକାଶ୍ମୀର ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ପଛରେ, କଂଗ୍ରେସ ଆଗୁଆ...

Advertisment

ହରିୟାଣା ଏବଂ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନର ଭୋଟଗଣତି ଆରମ୍ଭ ହେଇସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଥିବାବେଳେ, ପଛରେ ପଡିଛି ବିଜେପି ।

ହରିୟାଣା ଏବଂ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନର ଭୋଟଗଣତି ଆରମ୍ଭ ହେଇସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଥିବାବେଳେ, ପଛରେ ପଡିଛି ବିଜେପି ।

bjp double

କନକ ବ୍ୟୁରୋ: ହରିୟାଣା ଏବଂ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନର ଭୋଟଗଣତି ଆରମ୍ଭ ହେଇସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଥିବାବେଳେ, ପଛରେ ପଡିଛି ବିଜେପି । ଅନ୍ୟପଟେ ଜାମ୍ମୁକାଶ୍ମୀରରେ ମଧ୍ୟ ବିଜେପି ଓ କଂଗ୍ରେସ-ଏନସି ମେଣ୍ଟ ଭିତରେ ଲଢେଇ ଦେଖିବାକୁ ମିଳୁଛି । ତେଣୁ ମୋଟ ଉପରେ କହିବାକୁ ଗଲେ ଦୁଇଟି ଯାକ ବିଧାନସଭା ନିର୍ବାଚନରେ ବିଜେପିକୁ ଲାଗିଛି ଡବଲ୍ ଝଟକା।

ହରିୟାଣାରେ ଗତ ୧୦ ବର୍ଷ ଧରି ବିଜେପି ସରକାରରେ ଅଛି । ଅର୍ଥାତ ବିଜେପି ଏଠାରେ ଲଗାତାର ୩ୟ ବିଜୟ ନେଇ ଆଶାବାଦୀ ଥିଲା, ଅନ୍ୟପଟେ ଶେଷଥର ପାଇଁ ଜାମ୍ମୁକାଶ୍ମୀରରେ ଯେତେବେଳେ ନିର୍ବାଚନ ହେଇଥିଲା, ସେତେବେଳେ ମଧ୍ୟ ସେଠାରେ ବିଜେପି ଓ ପିଡିପି ମେଣ୍ଟ ସରକାର ରହିଥିଲା । ହେଲେ ବର୍ତ୍ତମାନ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଯାହା ନଜର ଆସୁଛି, ଦୁଇଟି ଯାକ ରାଜ୍ୟରେ ବିଜେପି ସତ୍ତାଠୁ ଦୂରରେ ରହିପାରେ ।

ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀରର ୯୦ ଆସନ ପାଇଁ ତିନୋଟି ପର୍ୟ୍ୟାୟରେ ଭୋଟିଂ ହେଇଥିଲା । ସେହିପରି ହରିୟାଣାର ସମସ୍ତ ୯୦ଟି ସିଟ୍ ପାଇଁ ଅକ୍ଟୋବର ୫ ତାରିଖରେ ଗୋଟିଏ ପର୍ୟ୍ୟାୟରେ ହିଁ ଭୋଟ୍ ପଡିଥିଲା । ଏଥର ହରିୟାଣାରେ ୬୫ ପ୍ରତିଶତରୁ ଅଧିକ ଭୋଟିଂ ହେଇଥିଲା, ସେହିପରି ଜାମ୍ମୁକାଶ୍ମୀରରେ ମଧ୍ୟ ୬୩ ପ୍ରତିଶତରୁ ଅଧିକ ଭୋଟିଂ ହେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe