କନକ ବ୍ୟୁରୋ : ବିଜେଡ଼ି ଯେଉଁ ମହିଳା ଭୋଟ ବ୍ୟାଙ୍କ ବଳରେ ଲଗାତାର ଭାବେ ବିଜୟୀ ହୋଇ ଆସୁଥିଲା, ତା ଉପରେ ଏବେ ବିଜେପି ଆଖି ପକାଇଛି। ୨୦୨୪ ନିର୍ବାଚନରେ ମହିଳା ଗଡ ଭିତରେ ଏଂଟ୍ରି ମାରିବା ପରେ ଏବେ ସେହି ଗଡକୁ ନିଜ କବଜାକୁ ଆଣିବାକୁ ଲକ୍ଷ୍ୟ ରଖିଛି ବିଜେପି। ସୁଭଦ୍ରା ଯୋଜନା ଜରିଆରେ ମହିଳାଙ୍କୁ ଟଙ୍କା ଦେବା ପାଇଁ ଏସଓପି ଆଣିବା ପରେ ଏହି ବାଟ ଆହୁରି ଖୋଲି ଯାଇଛି ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ, ସୁଭଦ୍ରାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି।
ରାଜ୍ୟରେ ୧ କୋଟି ୬୩ଲକ୍ଷରୁ ଅଧିକ ମହିଳା ଭୋଟର ରହିଛନ୍ତି। ମହିଳା ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ପାଇଁ ସୁଭଦ୍ରା, ଲକ୍ଷପତି ଦିଦି ଭଳି ଯୋଜନା ଆଣି ବିଜେପି ବିଜେଡିର ତୃଣମୂଳ ସ୍ତରରେ ଥିବା ଗଡକୁ ଭାଂଗିବା ପାଇଁ ଜୋରସୋରରେ ଉଦ୍ୟମ କରୁଛି। ମିଶନ ଶକ୍ତି କଥା କହି, ଯେଉଁ ୭୦ ଲକ୍ଷ ମହିଳାଙ୍କୁ ଶକ୍ତି ଭାବୁଥିଲା, ଏବେ ଗୋଟିଏ ପାଦ ଆଗକୁ ଯାଇ ବିଜେପି ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ଟାର୍ଗେଟ କରିଛି। ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ଯୋଜନା ବଡ ଗେମ ଚେଞ୍ଜର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ ଜ୍ଝ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/y9UAxP1QgTewVk1HFJKb.jpg)