କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୨୯ ପମୁଖ ପ୍ରାର୍ଥୀ ସାମିଲ । କେଜରିୱାଲଙ୍କ ବିରୋଧରେ ଲଢିବେ ବିଜେପିର ପରଭେଶ ବର୍ମା । ସମ୍ମାନଜନକ ନୂଆଦିଲ୍ଲୀ ଆସନରେ ହେବ ମହାମୁକାବିଲା । କାରୋଲବାଗ ରେ ଦୁଶ୍ୟନ୍ତ ଗୌତମ, ରଜୌରୀରୁ ମଞ୍ଜିନ୍ଦର ଶିର୍ଶା, ବିଜୱାସନରୁ କୈଲାସ ଗେହଲଟ, ଗାନ୍ଧିନଗରରୁ ଅରବିନ୍ଦର ଲଭଲି, ଜନକପୁରୀରୁ ଆଶିଷ୍ ସୁଦ୍, ନୂଆଦିଲ୍ଲୀରୁ ପରଭେଶ ସାହିବ ସିଂ ବର୍ମା ପ୍ରଭୃତି ନିର୍ବାଚନ ମଇଦାନକୁ ଓହ୍ଲାଇବେ ।
ମୁଖ୍ୟମନ୍ତ୍ରୀ ଆତିଶଙ୍କ ବିରୋଧରେ ରମେଶ ବିଧୁଡି ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହି ୨୯ ଲିଷ୍ଟରେ ସାମିଲ ଅଛନ୍ତି ୧୦ ହାଇ ପ୍ରୋଫାଇଲ୍ ସିଟ୍ । ତେବେ ପରଭେଶ ବର୍ମାଙ୍କ ଟିକେଟ୍ ମିଳିବା ପରେ ହାଇ ପ୍ରୋଫାଇଲ୍ ନୂଆ ଦିଲ୍ଲୀ ବିଧାନସଭା ସିଟ୍ରେ ରୋମାଞ୍ଚକର ଲଢେଇ ହେବାର ଆଶା କରାଯାଉଛି । ସେହିପରି ଶିଲା ଦିକ୍ଷୀତିଙ୍କ ପୁଅ ସନ୍ଦିପ ଦୀକ୍ଷିତଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ଏଥର ତ୍ରିକୋଣିୟ ମୁକାବିଲା ହେବା ନେଇ ଆଲୋଚନା କରାଯାଉଛି ।